fbpx

ନୱାବ୍ ମଲିକଙ୍କ ବଢ଼ିଲା ଅଡ଼ୁଆ, ସମୀର ୱାଙ୍ଖଡେଙ୍କ ବାପା ଆଣିଲେ ମାନହାନୀ ମକଦ୍ଦମା

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ବିବାଦ ଭିତରେ ଫସିଥିବା ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ବାପା ଧ୍ୟାନଦବ କାଚଋଜୀ ୱାଙ୍ଖଡେ ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ନୱାବ୍ ମଲିକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସମୀରଙ୍କ ବାପା ନୱାବ ମଲିକଙ୍କ ବିରୋଧରେ ମାନହାନୀ ମକଦ୍ଦମା ଆଣିଛନ୍ତି । ଏହି ମାମଲରେ ସମୀର ୱାଙ୍ଖଡେଙ୍କ ନୱାବଙ୍କ ଉପରେ ପ୍ରତିଷ୍ଠା ଓ ଚରିତ୍ର ଉପରେ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରିଛନ୍ତି । ଏହି ମାମଲାରେ ସମୀର୍ ଙ୍କ ଓକିଲ ଅର୍ଶଦ୍ ଶେଖ ଜବାବ ଦେଇ କହିଛନ୍ତି ଯେ, ନୱାବ୍ ଲଗାତର ଭାବରେ ସମୀର ଓ ତାଙ୍କ ପରିବାର ଉପରେ ମିଛ ଆରୋପ ଲଗାଉଛନ୍ତି ।

ନୱାବ, ସମୀରଙ୍କ ପରିବାରକୁ ଫ୍ରଡ୍ ବୋଲି କହିବା ସହିତ ତାଙ୍କ ଧର୍ମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଆଉ କହିଛନ୍ତି ଯେ, ସେ ହିନ୍ଦୁ ନୁହନ୍ତି । ଖାଲି ସେତିକି ନୁହେଁ ସମୀରଙ୍କ ଓକିଲ କହିଛନ୍ତି ଯେ, ସମୀରଙ୍କ ପରିବାରର ନାଁ, ପ୍ରତିଷ୍ଠା ଓ ଇଜ୍ଜତ ତଥା ସାମଜିକ ଛବି କୁ କଦାକାର କରିବାକୁ ଚେଷ୍ଟା କରିବାରେ ଲାଗିଛନ୍ତି । ଏନେଇ ଅଭିଯୋଗରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ୱାଙ୍ଖଡେଙ୍କ ବାପା ମାନହାନୀ ଅଭିଯୋଗରେ କହିଛନ୍ତି ଯେ, କିଛି ବି ଆପତ୍ତିଜନକ, ମାନହାନିକାରକ ସାମଗ୍ରୀ ଲେଖିବା, କହିବା ଓ ପ୍ରକାଶିକ କରିବା ଉପରେ ରୋକ୍ ଲଗାଯାଉ । ଧ୍ୟାନଦେବ ହାଇକୋର୍ଟରେ ଅପିଲ୍ କରି କହିଛନ୍ତି ଯେ, ମଳିକ ଙ୍କ ବୟାନ ଓ ଅଭିଯୋଗ ଲିଖିତ ଆକାରରେ ହେଉକି ମୌଖିକ ଆଧାରରେ ହେଉ, ସେ ଆମ ପରିବାରର ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଏହା ସହିତ ନୱାବଙ୍କ ସବୁ ପ୍ରକାରର ବୟାନ ଯାହା ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ତାକୁ ଖୁବ୍ ଶୀଘ୍ର ହଟାଯାଉ ।

Get real time updates directly on you device, subscribe now.