ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ, ସୁରକ୍ଷାକର୍ମୀ ଆହତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରକୁ ହୋଇଯାଇଛି ଡ୍ରୋନ ଆକ୍ରମଣ । ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ, ଏହି ଡ୍ରୋନ୍ ଆକ୍ରମଣ ବାଗଦାଦର ଗ୍ରୀନ୍ ଜୋନରେ ଅବସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଘଟିଛି। ଘଟଣାରୁ ପ୍ରକାଶ ଯେ ରବିବାର ସକାଳେ ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଡିମିଙ୍କ ଘରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କର ଅନେକ ସୁରକ୍ଷା ଅଧିକାରୀ ଆହତ ହୋଇଥିବା ଇରାକ ସେନା ପକ୍ଷରୁ ସ୍ପଷ୍ଟ ହୋଇଛି । ଏସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ଆକାଉଣ୍ଟରେ ସ୍ପଷ୍ଟ ହୋଇଛି ।

ଇରାକ ସେନା ପକ୍ଷରୁ କୁହାଯାଇଛି ଯେ ବାଗଦାଦରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ରବିବାର ସକାଳେ ଟାର୍ଗେଟ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଟାର୍ଗେଟ କରାଯାଇଥିଲେ ସୁଦ୍ଧା କୌଣସି ମତେ ପ୍ରଧାନମନ୍ତ୍ରୀ ସେଠାରୁ ପଳାଇ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦିମିଙ୍କୁ ହତ୍ୟା କରିବା ପାଇଁ ଏହା ଏକ ପ୍ରୟାସ ଥିଲା । ତେବେ କଣ ପାଇଁ ଏଭଳି କାଣ୍ଡ ଘଟିଛି ଘଟଣାର କୌଣସି ସୂଚନା ମିଳିନଥିବା ବେଳେ ଏଥିପାଇଁ କିଏ ଦାୟୀ କୌଣସି ସ୍ପଷ୍ଟ ହୋଇନାହିଁ। ଘଟଣା ଘଟିଥ!ôବା ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମେତ ସେଠାରେ ଆହୁରି ଅନେକ ସରକାରୀ ଭବନ ଏବଂ ବିଦେଶୀ ଦୂତାବାସ ମଧ୍ୟ ଅଛି । ଅନ୍ୟପଟେ ଆକ୍ରମଣ ପରେ ସେଠାରେ ହାଇ ଆଲର୍ଟ ଜାରି କରାଯାଇଛି। ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲୋକଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ତେବେ କୌଣସି ଆତଙ୍କୀ ସଙ୍ଗଠନ ଏ ନେଇ ନିଜକୁ ଦାୟୀ କରି ନାହାନ୍ତି ।