fbpx

ଲଖିମପୁର ହିଂସା: ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ଲଖିମପୁର ଖେରିରେ ଚାଷୀ ମୃତ୍ୟୁ ମାମଲାରେ ୟୁପି ପୋଲିସଙ୍କ ତଦନ୍ତରେ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ଏସଆଇଟି ତଦନ୍ତ ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ଜଜଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ କରିବାକୁ ସୁପାରିଶ ହୋଇଛି । ସିବିଆଇ ତଦନ୍ତ ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ । ସିବିଆଇ ତଦନ୍ତ ସବୁକିଛିର ସମାଧାନ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ ଆମେ ସଂଗୃହିତ ସାକ୍ଷ୍ୟପ୍ରମାଣର ସୁରକ୍ଷା ଚାହୁଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ତେବେ ଉତ୍ତରପ୍ରଦେଶର ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ୪ କୃଷକ, ୩ ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅର୍ଥାତ ଏହି ହିଂସାକାଣ୍ଡରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଖବର ମିଳିଛି କି, କୃଷକ ଓ ଲଖୀମପୁର ଖେରି ପ୍ରଶାସନ ମଧ୍ୟରେ ବୁଝାମଣା ହୋଇଛି । କୁହାଯାଉଛି ଯେ, ପ୍ରତି ମୃତକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ଘୋଷଣା ହୋଇଛି । ଏହା ବ୍ୟତୀତ ପ୍ରତି ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ବି ମିଳିବ । ସେହିପରି ହିଂସାରେ ଆହତ ହୋଇଥିବା ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

Get real time updates directly on you device, subscribe now.