fbpx

SBI ଗ୍ରାହକ ସାବଧାନ: YONO App ଡାଉନଲୋଡ୍ କରିବା ମାତ୍ରେ ଗାଏବ୍ ହୋଇଗଲା ୨ ଲକ୍ଷ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ ଠକେଇ ଏକ ସାଧାରଣ କଥା ହୋଇଗଲାଣି । ସାମାନ୍ୟ ଅସାବଧାନତା କାରଣରୁ କେଇ ସେକେଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଯାଇଉଛି । ଜଣେ ମହିଳା ଅନଲାଇନରେ ଏକ ମୋବାଇଲ କିଣିବା ପରେ ଖରାପ ପଡ଼ିବାରୁ ତାକୁ ଫେରସ୍ତ କରିଥିଲେ । ବାଲାନ୍ସ ଚେକ୍ କରିବା ପାଇଁ ସେ ଏସବିଆର ୟୋନୋ ଆପ୍ ଡାଉନଲୋଡ୍ କରିବା ପରେ ୧ ଲକ୍ଷ ୮୦ ହଜାର ଟଙ୍କା ଗାଏବ୍ ହୋଇଯାଇଥିଲା । ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଏହିପରି ଏକ ଅନଲାଇନ ଠକେଇ ହୋଇଥିବା ଜଣାପଡ଼ିଛି ।

ଗତ ମାସ ୨୫ ତାରିଖରେ ମହିଳା ଜଣଙ୍କ ଅନଲାଇନରେ ଫ୍ଲିପକର୍ଟରେ ୧୫ ହଜାର ଟଙ୍କାର ଏକ ମୋବାଇଲ କିଣିଥିଲେ । ତେବେ ଖରାପ ମୋବାଇଲ ଆସିବାରୁ ସେ ତାକୁ ଫେରସ୍ତ କରିଥିଲେ । ଏହାପରେ ନିଜର ବାଲାନ୍ସ ଚେକ୍ କରିବା ପାଇଁ ମହିଳା ଜଣଙ୍କ ୟୋନୋ ଆପ ଲଗ୍ ଇନ୍ କରିବା ମାତ୍ରକେ ମୋବାଇଲ ନମ୍ବର ହ୍ୟାକ୍ ହୋଇଯାଇଥିଲା । ପ୍ରଥମେ ଆକାଉଣ୍ଟରୁ ୪୦ ହଜାର କଟିଯିବା ସହ ପରେ ଥରକୁ ଥର ଏପରି ଭାବେ ମୋଟ ୧ ଲକ୍ଷ ୮୦ ହଜାର ଗାଏବ ହୋଇଯାଇଥିଲା । ଏନେଇ ସେ ନିକଟସ୍ଥ ଏସବିଆଇ ଶାଖାରେ ଅଭିଯୋଗ କରିଥିଲେ ହେଁ ମୋବାଇଲ ହ୍ୟାକ କାରଣରୁ ଟଙ୍କା କଟିଥିବା ତାଙ୍କୁ କୁହାଯାଇଥିଲା । ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ସାଇବର କ୍ରାଇମ୍ ବିଭାଗ ମାମଲାର ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.