fbpx

ବ୍ୟାଙ୍କ MDରୁ ବିଲିୟନର: ଆଇପିଓ ସଫଳତା ପରେ ଧନୀକଙ୍କ ତାଲିକାରେ ଫାଲ୍ଗୁନୀ ନାୟାର

ନୂଆଦିଲ୍ଲୀ: ନିଜର ଦୃଢ଼ ଇଛାଶକ୍ତି ଓ ଅଧ୍ୟବସାୟ ପାଇଁ ସଫଳତା ହାସଲ କରିଛନ୍ତି ନାଇକାର ପ୍ରତିଷ୍ଠାତା ଫାଲ୍ଗୁନି ନାୟାର । ୫୦ ବର୍ଷ ବୟସରେ ଚିରାଚରିତ ୯ରୁ ୫ ଚାକିରି ଛାଡି଼ିଲେ ଆଉ ଆରମ୍ଭ କଲେ ନିଜର ଷ୍ଟାର୍ଟ ଅପ୍ । ମାତ୍ର ୧୦ ବର୍ଷ ମଧ୍ୟରେ ଛୁଇଁଲେ ସଫଳତାର ଶିଖର । ଜିରୋରୁ ଆରମ୍ଭ କରିଥିବାଏହି ଯାତ୍ରା ବର୍ତ୍ତମାନ ୪୮ହଜାର କୋଟିର ମାଇଲଖୁଣ୍ଟ ଛୁଇଁଛି । ନାଇକାର ଅଂଶଧନ ମୂଲ୍ୟ ୭୭ ପ୍ରତିଶତର ଅଭିବୃଦ୍ଧି ସହିତ ୨୨୦୮ ଟଙ୍କାରେ ପହଞ୍ଚିବା ସହିତ ବିଶ୍ୱର ଧନୀକଙ୍କ ତାଲିକାରେ ସାମିଲ ହୋଇଛନ୍ତି ଫାଲ୍ଗୁନି ନାୟାର ।

ଚାକିରି ଛାଡି ୫୦ ବର୍ଷରେ ଆରମ୍ଭ କଲେ ନାଇକା ।ଏହାର ଠିକ୍ ୧୦ ବର୍ଷ ପରେ କମ୍ପାନୀର ଜାରି ହେଲା ଆଇପିଓ । ଆର୍ଥାତ୍ ତାଙ୍କୁ ଯେତେବେଳେ ହୋଇଥିଲା ୬୦ ବର୍ଷ ସେ ପହଂଚିଗଲେ ସଫଳତାର ଶୀର୍ଷରେ । ତାଙ୍କ ସମ୍ପତ୍ତି ପହଂଚିଗଲା ୬.୫ ବିଲିୟନ ଡଲାର ଅର୍ଥାତ୍ ୪୮ହଜାର ୩୩୪କୋଟି ଟଙ୍କା ।ସେ ହୋଇଗଲେ ବ୍ୟାଙ୍କ ଏମଡିରୁ ବିଲିୟନର । ପ୍ରଶାଧନ ସାମଗ୍ରୀ ତଥା ସପିଙ୍ଗ ପ୍ରଡକ୍ଟ ଆପ୍ ନାଇକାର ଫାଉଣ୍ଡର ଫାଲଗୁନୀ ନାୟାର । ଏହା ପୂର୍ବରୁ ଫାଲଗୁନୀ କୋଟାକ ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗର ଏମଡି ଭାବେ କାର୍ଯ୍ୟରତ ଥିଲେ । ୨୦୧୨ ମସିହାରେ ନାଇକା ଆରମ୍ଭ କରିଥିଲେ ଫାଲଗୁନୀ । ଷ୍ଟକ ଏକ୍ସଚେଂଜ ଡେବ୍ୟୁ ହେବାର କିଛି ଘଣ୍ଟା ମଧ୍ୟରେ କମ୍ପାନୀର ମାର୍କେଟ କ୍ୟାପ ମଧ୍ୟ ଟପିଛି ୧୦୦ ହଜାର କୋଟି । ଆଉ ଭାରତର ସବୁଠୁ ଧନୀ ଆତ୍ମନିର୍ଭରଶୀଳ ମହିଳାଉଦ୍ୟୋଗୀ ଭାବେ ପରିଗଣିତ ହୋଇଛନ୍ତି ଫାଲଗୁନୀ ନାୟାର । ତେବେ ଫାଲଗୁନୀ ଏହି ସଫଳତା ସହିତ ଇଣ୍ଡିଆ ବ୍ଲମବର୍ଗ ବିଲିୟୋନେୟାର ଇଣ୍ଡେକ୍ସରେ ୬ଜଣ ମହିଳା ବିଲିୟନରରେ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.