fbpx

ନିଯୁକ୍ତି ବିଜ୍ଞପ୍ତିକୁ ନେଇ ବିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୩୦ା୧୧(ଓଡ଼ିଶା ଭାସ୍କର): ପ୍ରକାଶିତ ବିଜ୍ଞାପନକୁ ନେଇ ଏବେ ବିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟ । ଅକ୍ଟୋବର ୧୬ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କମ୍ପ୍ୟୁଟର ସେଣ୍ଟର ପ୍ରୋଗ୍ରାମର ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଥିଲା । କିନ୍ତୁ ସେଥିରେ ସର୍ବାଧିକ ବୟସସୀମା ସୂଚିତ ହୋଇନଥିବାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାକୁ ନେଇ କେତେକ ଆଶାୟୀ ପ୍ରାର୍ଥୀ ଅଭିଯୋଗ ଉଠାଇଛନ୍ତି । ସରକାରଙ୍କ ନିୟମ ଅନୁସାରେ କୌଣସି ନିଯୁକ୍ତି ବିଜ୍ଞାପନରେ ସର୍ବନିମ୍ନ ଓ ସର୍ବାଧିକ ବୟସସୀମା ସୂଚୀତ ରହିବା ଉଚିତ । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ବିଜ୍ଞାପନରେ ସର୍ବାଧିକ ବୟସସୀମା ସୂଚିତ କରିନଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏନେଇ କେତେକ ଆଶୟୀ ପ୍ରାର୍ଥୀ ନ୍ୟାୟ ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । କିଛିଦିନ ତଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଫକିର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା କମ୍ପ୍ୟୁଟର ସେଣ୍ଟର ପ୍ରୋଗ୍ରାମର ପଦ ବିଜ୍ଞପ୍ତିରେ ସର୍ବାଧିକ ବୟସସୀମା ଦର୍ଶାଯାଇଥିଲା । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କାହିଁକି କରିଛନ୍ତି ବୋଲି ଏହି ଆଶାୟୀ ପ୍ରାର୍ଥୀମାନେ ପ୍ରଶ୍ନ ଉଠାଇଛନ୍ତି । ତୁରନ୍ତ ଏହାର ସଂଶୋଧନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.