fbpx

OAS ସ୍ତରରେ ଅଦଳବଦଳ, ଲକ୍ଷ୍ମୀପ୍ରସାଦ ସାହୁ ହେଲେ କାଶୀନଗର BDO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୪ଟି ବ୍ଲକରେ ବିଡିଓ ଓ ୪ଟି ତହସିଲରେ ତହସିଲଦାରଙ୍କୁ ପରିବର୍ତ୍ତନ କରାଯାଇଛି । କାଶୀନଗର ତହସିଲଦାର ଥିବା ଲକ୍ଷ୍ମୀପ୍ରସାଦ ସାହୁଙ୍କୁ କାଶୀନଗର ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଅନୁପ ଅଭିଷେକ ବେହେରାଙ୍କୁ ଗୁମ୍ମା ବ୍ଲକର ବିଡିଓ ଭାବେ ବଦଳି କରାଯିବା ସହ କୁତ୍ରା ତହସିଲଦାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାୟଗଡ଼ା ଜିଲ୍ଲାର ପଦ୍ମପୁର ଦହସିଲଦାର ଥିବା ନୀଳମାଧବ ମାଝିଙ୍କୁ ଗୋଷାଣି ବ୍ଲକ ବିଡିଓ ଭାବେ ଟ୍ରାନ୍ସଫର କରାଯାଇଛି ।

ସେହିପରି ୪ ଜଣ ଓଏଏସଙ୍କୁ ଡେପୁଟି କଲେକ୍ଟର/ ତହସିଲଦାର ଭାବେ ବଦଳି କରାଯାଇଛି । କାଶୀନଗର ବିଡିଓ ଥିବା ସୀମାଞ୍ଚଳ ମହାନ୍ତିଙ୍କୁ କାଶୀନଗର ତହସିଲଦାର, ଗୁମ୍ମା ବିଡିଓ ଥିବା ନଟବର ଗରାଡ଼ଙ୍କୁ ଗଜପତି ଡେପୁଟି କଲେକ୍ଟର, ଗୋଷାଣି ବ୍ଲକ ବିଡିଓ ଥିବା କିଶୋର ଚନ୍ଦ୍ର ଦାସଙ୍କୁ ମୋହନା ତହସିଲଦାର, କୁତ୍ରା ବ୍ଲକ ବିଡିଓ ମାନସ ରଞ୍ଜନ ରାୟଙ୍କୁ ଭଦ୍ରକ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.