fbpx

କଙ୍ଗନାଙ୍କ ଖୋଲା ଚାଲେଞ୍ଜ, କହିଲେ ପ୍ରମାଣ ଦେଲେ ଫେରାଇଦେବି ପଦ୍ମଶ୍ରୀ

ମୁ୍ମ୍ବାଇ: ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ କ୍ୱିନ କଙ୍ଗନା ରଣାୱତ ନିକଟରେ ଦେଇଥିବା ଏକ ବୟାନକୁ ପୁଣି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ ଦେଶର ସ୍ୱାଧୀନତା ଉପରେ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି । ତାଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଲୋକେ ଏବଂ ଦେଶର ଅନେକ ନେତା ତାଙ୍କୁ ଟ୍ରୋଲ କରିଛନ୍ତି । କଙ୍ଗନାଙ୍କ ବିରୋଧରେ ଦେଶର ଅନେକ ସ୍ଥାନରେ ମାମଲା ମଧ୍ୟ ରୁଜୁ କରାଯାଇଛି, ଏମିତିକି କଙ୍ଗନା ପଦ୍ମଶ୍ରୀ ଫେରାଇବା ନେଇ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ୧୯୪୭ରେ ଭିକରେ ସ୍ୱାଧୀନତା ମିଳିଥିବା ନେଇ ବୟାନ ଦେଇ କଙ୍ଗନା ରଣାୱତ ପୁଣି ଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି । କଙ୍ଗନା ରଣାୱତ ଏକ ସାକ୍ଷାତକାରରେ କହିଥିଲେ ଯେ ସବରକର, ରାଣୀ ଲକ୍ଷ୍ମୀବାଇ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ କହିବାକୁ ଗଲେ ଏହି ଲୋକମାନେ ଜାଣିଥିଲେ ଯେ ରକ୍ତପାତ ହେବ, କିନ୍ତୁ ସେମାନେ ଏହା ମଧ୍ୟ ମନେ ରଖିବା ଉଚିତ ଥିଲା ଯେ ଭାରତୀୟ-ଭାରତୀୟଙ୍କ ମଧ୍ୟରେ ରକ୍ତପାତ ହେବା ଉଚିତ ନୁହେଁ । ସେମାନେ ସ୍ୱାଧୀନତାର ମୂଲ୍ୟ ଦେଇଥିଲେ, କିନ୍ତୁ ତାହା ସ୍ୱାଧୀନତା ନଥିଲା ଭିକ ଥିଲା ଏବଂ ୨୦୧୪ ରେ ସ୍ୱାଧୀନତା ମିଳିଥିଲା । ସୋସିଆଲ ମିଡିଆ ବ୍ୟବହାରକାରୀମାନେ କଙ୍ଗନାଙ୍କ ଏହି ବିବୃତ୍ତିରେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।

ତେବେ ପୁଣି ଥରେ କଙ୍ଗନା ଏହା ଉପରେ ନିଜ ମତ ମଧ୍ୟ ରଖିଛନ୍ତି । କିନ୍ତୁ ସେ ଏନେଇ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି । ତାଙ୍କର ଏହି ବୟାନ ଉପରେ କଙ୍ଗନା କହିଛନ୍ତି ଯଦି କେହି ତାଙ୍କର ଏହି ବୟାନକୁ ଭୁଲ ବୋଲି ପ୍ରମାଣିତ କରନ୍ତି ତେବେ ସେ କ୍ଷମା ମାଗିବା ସହ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ପ୍ରସ୍ତୁତ ଅଛନ୍ତି । ଏନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.