ପୋଲିସ ଗୁଳିରେ ୨୬ ମାଓବାଦୀ ସଫା

ମହାରାଷ୍ଟ୍ର: ପୋଲିସ ଏନକାଉଣ୍ଟରରେ ୨୬ ମାଓବାଦୀ ନିପାତ । ମହାରାଷ୍ଟ୍ର ଗଡ଼ଚିରୋଲିରେ ପୋଲିସର ଏନକାଉଣ୍ଟର । କଟଗୁଲ-ଗ୍ୟାରପିଟ ଜଙ୍ଗଲରେ ଏନକାଉଣ୍ଟର, ସର୍ଚ୍ଚ ଅପରେସନ ଜାରି । ଏନକାଉଣ୍ଟରରେ ୪ ଯବାନ ଆହତ ହୋଇଥିବା ସୂଚନା । ତେବେ ୪ ଆହତ ଯବାନଙ୍କୁ ନଗପୁରକୁ ଏୟାରଲିଫ୍ଟ କରାଯାଇଛି । ଏବେବି ଜାରି ରହିଛି ଅପରେସନ ।

ସୂଚନା ଅନୁଯାୟୀ, ଶନିବାର ଗଢ଼ଚିରୋଲି ସ୍ଥିତ ଗ୍ୟାରବନ୍ତୀ ଅଞ୍ଚଳର ଜଙ୍ଗଲ ଇଲାକାରେ ମାଓବାଦୀମାନେ ଲୁଚିଥିବା ସୂଚନା ପାଇ ପୋଲିସ ଟିମ୍ ସର୍ଚ୍ଚ ଅପରେସନ କରିଥିଲା । ଏହି ସମୟରେ ସେଠାରେ ଲୁଚି ରହିଥିବା ମାଓବାଦୀମାନେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ । ଏହାର ଜବାବରେ ପୋଲିସ ମଧ୍ୟ ଗୁଳିଚାଳନା କରିଥିଲେ । ଏହି ଅପରେସନରେ ଏପର୍ଯ୍ୟନ୍ତ ୨୬ ମାଓବାଦୀ ନିପାତ ହୋଇଛନ୍ତି । ଏବେବି ଏନକାଉଣ୍ଟର ଜାରି ରହିଥିବା ନେଇ ସୂଚନା ।