fbpx

ଟି-୨୦ ବିଶ୍ୱକପ୍‌ର ଫାଇନାଲ୍‌: ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ, ପ୍ରଥମ ଟାଇଟଲ ଲକ୍ଷ୍ୟରେ ମଇଦାନକୁ ଓହ୍ଳାଇବେ ଉଭୟ ଟିମ୍

ଦୁବାଇ: ଟି-୨୦ କ୍ରିକେଟ୍ ବିଶ୍ୱକପ୍‌ର ଫାଇନାଲ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ଉଭୟ ଦେଶ ପ୍ରଥମ ଟି-୨୦  ବିଶ୍ଵକପ୍ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ। ଆଜିର ମ୍ୟାଚ୍‌ରେ  ସଂଘର୍ଷପୂର୍ଣ୍ଣ ହେବ ବୋଲି ମୁକାବିଲା ଆଶା କରାଯାଉଛି । ଦୁବାଇରେ ସନ୍ଧ୍ୟା ୭.୩୦ରେ ମ୍ୟାଚ୍‌ ଆରମ୍ଭ ହେବ । କ୍ରିକେଟ ପ୍ରେମୀ ଏହି ଗୁରୁତପୂର୍ଣ୍ଣ ମହାମୁକାବିଲାକୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ।

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୧୪ ଦିନିକିଆ ବିଶ୍ୱକପ ଫାଇନାଲରେ ଏହି ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ଏଥିରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ସେହିପରି ଚଳିତ ଟି-୨୦ ବିଶ୍ୱକପରେ ପୁଣି ଉଭୟ ଦଳ ଆଉ ଏକ ବିଶ୍ୱକପ ଟାଇଟଲ ହାସଲ ପାଇଁ ଲଢ଼େଇ କରିବେ । ତେବେ ଉଭୟ ଦଳ ପାଇଁ ଆଉଏକ ବ୍ୟତିକ୍ରମ ଘଟଣା ହେଲା ଯେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ କେବେ ଟି-୨୦ ବିଶ୍ୱକପ ଟାଇଟଲ ଜିତି ପାରି ନାହାନ୍ତି । ଅଷ୍ଟ୍ରେଲିଆ ଗୋଟିଏ ଥର ଫାଇନାଲରେ ପ୍ରବେଶ କରି ହାରି ଥିବା ବେଳେ ନ୍ୟୁଜିଲାଣ୍ଡ ପାଇଁ ଏହା ହେଉଛି ପ୍ରଥମ ଫାଇନାଲ । ତେଣୁ ଫାଇନାଲ ବିଜୟ ଉଭୟ ଦଳ ପାଇଁ ଏକ ନୂଆ ଇତିହାସ ହୋଇ ରହିବ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଞ୍ଚଥର ଦିନିକିଆ ବିଶ୍ୱକପ ଟାଇଟଲ ଜିତି ଥିବା ବେଳେ ନ୍ୟୁଜିଲାଣ୍ଡ କେବେ ଏହି ବିଜୟ ସ୍ୱାଦ ଚାଖିନାହିଁ । ତେଣୁ ଫାଇନାଲ ମ୍ୟାଚ ଉଭୟ ଦଳ ପାଇଁ ଏକ ନିଆରା ଅନୁଭୂତି ହେବ ।  ହେଲେ ଫାଇନାଲ୍ ପୂର୍ବରୁ କିଓ୍ଵି ଦଳକୁ ଶକ୍ତ ଝଟକା ଲାଗିଛି। ଦଳର ଷ୍ଟାର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଡେଭନ  କନଓ୍ଵେ ଆହତ କାରଣରୁ ଫାଇନାଲ ମ୍ୟାଚ୍‌ରୁ ବାଦ ପଡିଛି। ଆହତ ଡେଭନ କନ୍‌ୱେଙ୍କ ସ୍ଥାନରେ ଟିମ୍‌ ସିଫର୍ଟ ଖେଳିବେ । ଓପନର ଡାରିଲ ମିଚେଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ପାକ୍‌ ବିପକ୍ଷ ସେମିରେ ଅପରାଜିତ ୭୨ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ ।ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ନ୍ୟୁଜିଲାଣ୍ଡକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ଜରୁରୀ । ଖାସ୍‌ କରି ଅଭିଜ୍ଞ ଓପନର ମାର୍ଟିନ ଗୁପତିଲ ଓ କେନ୍‌ ୱିଲିୟମସନ୍‌ଙ୍କଠୁ ଦଳ ବଡ଼ ଇନିଂସ୍‌ ଆଶା କରିବ । ବୋଲିଂ ବିଭାଗ ଦୃଢ଼ ରହିଛି । ସ୍ପିନର ଆଇସ୍‌ ସୋଧି ଅଷ୍ଟ୍ରେଲିଆ ବୋଲରଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ।

ଅନ୍ୟପଟେ ବିଶ୍ୱ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଟିଟ୍ୱେଣ୍ଟି ଫର୍ମାଟରେ ବିଜୟ ମୁକୁଟ ପିନ୍ଦିବା ପାଇଁ ସୁଯୋଗର ହାତଛଡ଼ା କରିବାକୁ ଚାହିଁବନି। ଦଳ ନ୍ୟୁଜିଲାଣ୍ଡକୁ ମାତ ଦେବାକୁ ବ୍ୟାଂଟି ଓ ବୋଲିଂ ବିଭାଗରେ ରଣନୀତି ପ୍ରସ୍ତୁତ। ଅଷ୍ଟ୍ରେଲିଆ ବ୍ୟାଟିଂ ବିଭାଗ ଅଧିକ ଶକ୍ତିଶାଳୀ ହୋଇ ଉଠିଛି ।ଆଜିର ମ୍ୟାଚ୍‌ରେ ଡେଭିଡ୍‌ ୱାର୍ଣ୍ଣରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ଇତିମଧ୍ୟରେ ୨ଟି ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି । ସ୍ପିନର ଆଡାମ ଜାମ୍ପା ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ସେ ମୋଟ ୧୨ଟି ୱିକେଟ୍‌ ଅକ୍ତିଆର କରି ସାରିଛନ୍ତି ।

 

 

 

Get real time updates directly on you device, subscribe now.