fbpx

ନିମାପଡ଼ାରେ ଚାଞ୍ଚଲ୍ୟ: ଗଣଦୁଷ୍କର୍ମର ଶିକାର ହେଲେ ମହିଳା, ୪ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ନିମାପଡ଼ାରେ ବିଭିନ୍ନ ଅପରାଧିକ କାର୍ଯ୍ୟ ବଢ଼ି ଚାଲିଛି । ଜିଲ୍ଲାରେ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ନଦୀପଠାକୁ ଶୌଚ ହେବାକୁ ଯାଇଥିବା ସମୟରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ଆଇପିସି ଧାରା ୩୬୩/୩୭୬, (ଘ)/୩୨୩/୨୯୪/୩୫୪/ ୩୫୪(ଖ)/ ୩୭୯/ ୩୪ ଥାନା କେସ୍ ନଂ-୪୦୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଜଣାପଡ଼ିଛି ଯେ, ନିମାପଡ଼ା ଏନଏସି ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୮ ବର୍ଷୀୟା ମହିଳା ରାତି ୧୦ଟା ସମୟରେ କୁଶଭଦ୍ରା ନଦୀପଠାକୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ଚାରି ଜଣ ଅଭିଯୁକ୍ତ ତାଙ୍କ ପାଟିରେ ଗାମୁଛା ଦେଇ ଅନ୍ଧାରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ପାଟି ଶୁଣି ସାଥିରେ ଯାଇଥିବା ତାଙ୍କ ସ୍ୱାମୀ ସେଠାରେ ପହଞ୍ଚି ଯିବାରୁ ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ପୋଲିସ ଏହି ଘଟଣାରେ କାକଟପୁର ଥାନାର ଅମୁଣିଆପାଟଣା ଗ୍ରାମର ବଳରାମ ଭୋଇ, ଅଜିତ ଦାସ, କହ୍ନେଇ ଭୋଇ, ବଡଆଡଙ୍ଗ ଗ୍ରାମର ଦ୍ୱିଜବର ସ୍ୱାଇଁଙ୍କୁ ଗିରଫ କରିଛି । ବର୍ତ୍ତମାନ ମହିଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

Get real time updates directly on you device, subscribe now.