fbpx

ଗିରଫ ଦୁଇ ମହିଳା ସାମ୍ବାଦିକାଙ୍କୁ ଜାମିନ

ଗିରଫ ୨ ମହିଳା ସାମ୍ବାଦିକାଙ୍କୁ ଜାମିନ ଦେଲେ କୋର୍ଟ । ତ୍ରିପୁରା ଗୋମତି ଜିଲ୍ଲାର ଏକ କୋର୍ଟରୁ ମିଳିଲା ଜାମିନ । ସାମ୍ବାଦିକ ସମୃଦ୍ଧି ଶାକୁନିଆ ଓ ସ୍ୱର୍ଣ୍ଣ ଝା’ଙ୍କୁ ମିଳିଲା ଜାମିନ । ଉଭୟ ଆସାମରେ ଗିରଫ ପରେ ତ୍ରିପୁରା ପୋଲିସକୁ ହସ୍ତାନ୍ତର ହୋଇଥିଲେ । ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟିକାରୀ ଖବର ପ୍ରକାଶ ନେଇ ଗିରଫ ହୋଇଥିଲେ । ଗିରଫ ସମୃଦ୍ଧି ଶାକୁନିଆଙ୍କ ଘର ଝାରସୁଗୁଡ଼ା ସହରରେ ।

ସୂଚନାଯୋଗ୍ୟ, ତ୍ରିପୁରାରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ହୋଇଥିବା ହିଂସା ମାମଲାରେ ୨ ମହିଳା ସାମ୍ବାଦିକାଙ୍କୁ ଗିରଫ କରିଥିଲା ପୋଲିସ । ୨ ସାମ୍ବାଦିକାଙ୍କୁ ଛାଡିବା ପାଇଁ ବିଭିନ୍ନ ମହଲରୁ ଦାବି ମଧ୍ୟ ହେଉଥିଲା। ସାମ୍ପ୍ରଦାୟିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ପୋଲିସ ଏହି ୨ ସାମ୍ବାଦିକାଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.