fbpx

ଆମେରିକାକୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ରାଷ୍ଟ୍ରରେ ପରିଣତ ହେଲା ଚାଇନା, ଜାଣନ୍ତୁ ୨୦ ବର୍ଷ ଭିତରେ କେତେ ବଢ଼ିଲା ସମ୍ପତ୍ତି?

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ଶକ୍ତି ଏବେ କମୁଥିବା ଦେଖିବାକୁ ମିଳୁଛି । ଚାଇନା ଏବେ ବାଇଡେନ୍ ସରକାରଙ୍କ ଦେଶକୁ ପଛରେ ପକାଇଛି । ଚୀନ ଦୁନିଆର ସବୁଠାରୁ ଧନୀ ଦେଶ ହୋଇଯାଇଛି । ଗତ ୨୦ ବର୍ଷ ମଧ୍ୟରେ ତିନିଗୁଣ ବଢ଼ିଛି ଚୀନର ସମ୍ପତ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ବିଶ୍ୱର ମୋଟ ସମ୍ପତ୍ତିରୁ କେବଳ ଚୀନର ହେଉଛି ଏକ ତୃତୀୟାଂଶ । ଦୁନିଆର ସବୁ ଦେଶର ବାଲାନ୍ସସିଟ୍ ଉପରେ ତୀଖ୍ନ ନଜର ରଖୁଥିବା ମ୍ୟାନେଜମେଣ୍ଟ୍ କନ୍ସଲଟାଣ୍ଟ ମୈକିନ୍ଜୀ ଆଣ୍ଡ କମ୍ପାନୀର ଅନୁସନ୍ଧାନ ଶାଖାର ରିପୋର୍ଟ ମୁତାବକ, ଚୀନ ଏବେ ଦୁନିଆର ସବୁଠାରୁ ଧନୀ ଦେଶ ହୋଇଯାଇଛି ଚୀନ ।

ରିପୋର୍ଟରେ ଏହା ମଧ୍ୟ ଖୁଲାସା ହୋଇଛି ଯେ, ସବୁଠାରୁ ଧନୀ ଦେଶ ଚୀନ ଓ ଦ୍ୱିତୀୟକୁ ଖସି ଆସିଥିବା ଆମେରିକାର ଧନର ଏକ ବଡ଼ ଅଂଶ କେବଳ କିଛି ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ପାଖରେ ରହିଛି । ଧନୀ ଦେଶ ଗୁଡ଼ିକର ଦଶ ପ୍ରତିଶତ ଜନସଂଖ୍ୟାଙ୍କ ପାଖରେ ସବୁଠାରୁ ଅଧିକ ଧନ ରହିଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହିସବୁ ଧନୀ ଦେଶ ଗୁଡ଼ିକରେ ଧନୀକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ଲାଗିଛି । ଯାହାଫଳରେ ଧନୀ ଓ ଗରିବ ଦେଶ ଗୁଡ଼ିକ ମଧ୍ୟରେ ଏକ ଅନ୍ତର ବଢ଼ିଚାଲିଛି ।

ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୦୦ ମସିହାରେ ଦୁନିଆର ସମ୍ପତ୍ତି ୧୫୬ ଅରବ ଡଲାର୍ ଥିଲା ଯାହା ୨୦୨୦ ମସିହା ସୁଦ୍ଧା ବୃଦ୍ଧି ପାଇ ୫୧୪ ଖରବ ଡଲାର୍(ଟ୍ରିଲିୟନ୍) ହୋଇଯାଇଛି । ମୈକିନ୍ସେ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ର ଜଣେ ସହଯୋଗୀ ଜୀନ ମିଶକେ କହିଛନ୍ତି ଯେ, ଅନେକ ଗୁଡ଼ିଏ ଦେଶ ଏବେ ଧନୀ ହୋଇହୋଇ ଯାଉଛନ୍ତି । ଧନୀକ ବ୍ୟକ୍ତିଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ସମୁଦାୟ ସମ୍ପତ୍ତିର ୬୮% ଅଚଳ ସମ୍ପତ୍ତି ଆକାରରେ ଉପସ୍ଥିତ ଥିବାବେଳେ ବାକି ସବୁ ଭିତ୍ତିଭୂମି, ଯନ୍ତ୍ରପାତି ଏବଂ ଉପକରଣ ଆଦି ସହିତ ଅନ୍ତର୍ଭୁକ୍ତ ରହିଛି । ରିପୋର୍ଟରେ ସବୁଠାରୁ ଆଶ୍ଚର୍ୟ୍ୟଜନକ ବିଷୟ ଚୀନ୍ କୁ ନେଇ ହିଁ ସାମ୍ନାକୁ ଆସିଛି। ୨୦୦୦ ମସିହାରେ ଚାଇନାର ମୋଟ ସମ୍ପତ୍ତି ୭ ଟ୍ରିଲିୟନ୍ ଡଲାର ଥିଲା, ଯାହା ୨୦୨୦ ମସିହାରେ ଦ୍ରୁତ ଗତିରେ ବୃଦ୍ଧି ପାଇ ୧୨୦ ଟ୍ରିଲିୟନ ଡ଼ଲାରରେ ପହଞ୍ଚିଛି ।

Get real time updates directly on you device, subscribe now.