fbpx

ମୋଦୀଙ୍କ ନିର୍ବାଚନୀ ପ୍ୟାକେଜ; ୨୨ ହଜାର କୋଟିର ପୂର୍ବାଞ୍ଚଳ E-Way

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତ୍ତରପ୍ରଦେଶ ସୁଲତାନପୁର ଜିଲ୍ଲା କରୱାଲ ଖେରୀଠାରେ ‘ପୂର୍ବାଞ୍ଚଳ ଏକ୍ସପ୍ରେସ ୱ’ ର ଉଦଘାଟନ କରିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ ପଟେଲ ପ୍ରଧାନମନ୍ତ୍ରୀଙ୍କୁ ସ୍ୱଗାତ କରିଥିଲେ । ୩୪୧ କିମି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ପ୍ରୋଜେକ୍ଟ ପାଇଁ ୨୨,୪୯୬ କୋଟିର ବ୍ୟୟ ଅଟକଳ ରହିଛି । ଏହି ଏକ୍ସପ୍ରେସ ୱେରେ ଲଢ଼ୁଆ ବିମାନ ଜରୁରୀ ଅବତରଣ କରିପାରିବେ ସେଥିପାଇଁ ଏକ୍ସପ୍ରେସ ୱେରେ ୩.୩ କିମି ରାସ୍ତା ମଧ୍ୟ ତିଆରି କରାଯାଇଛି । ଏହି ଏକ୍ସପ୍ରେସ ୱେ ରାଜଧାନୀ ଲକ୍ଷ୍ନୌକୁ ଗାଜିପୁର ସହ ସଂଯୋଗ କରୁଥିବା ୬ ଲେନ ବିଶିଷ୍ଟ ଏକ୍ସପ୍ରେସ ୱେ ।

ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେ’ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ କରି କହିଛନ୍ତି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ହେବ ଉତ୍ତରପ୍ରଦେଶ ବିକାଶର ଏକ୍ସପ୍ରେସ୍ । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରୁ ଲକ୍ଷ୍ୟ କରିହେବ ଉତ୍ତରପ୍ରଦେଶର ସାମର୍ଥ୍ୟ । ଏହା ଆଧୁନିକ ଉତ୍ତରପ୍ରଦେଶର ପ୍ରତିବିମ୍ବ ହେବ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଯୋଗୁଁ ବାୟୁସେନାର ସାମର୍ଥ୍ୟ ବଢ଼ିଛି, ଏକ୍ସପ୍ରେସ ୱେ ସମାଜର ସବୁ ବର୍ଗର ଲୋକଙ୍କୁ ଲାଭଦାୟକ ହେବ । ଏକ୍ସପ୍ରେସ ୱେ ଲକ୍ଷ ଲକ୍ଷ ନୂଆ ରୋଜଗାରର ମାଧ୍ୟମ ପାଲଟିବ ।

Get real time updates directly on you device, subscribe now.