ଜୁନିୟର ପୁରୁଷ ହକି ବିଶ୍ୱକପ, ଭୁବନେଶ୍ୱରରେ ପହଞ୍ଚିଲା ବେଲଜିୟମ ହକି ଟିମ୍

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିୟର ପୁରୁଷ ହକି ବିଶ୍ୱକପ। ପ୍ରଥମ ବିଦେଶୀ ଦଳ ଭାବେ ବେଲଜିୟମ ଟିମ୍ ଭୁବନେଶ୍ୱରରେ ଆସି ପହଞ୍ଚିଛି । ଭୁବନେଶ୍ୱର ପହଞ୍ଚିବାମାତ୍ରେ ବେଲଜିୟମ ଖେଳାଳି ବେଶ୍‌ ଉତ୍ସାହିତ ଥିବା କହିଛନ୍ତି ।

ସୂଚନା ଯୋଗ୍ୟ ଯେ ୨୦୧୬ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ଅନୁଷ୍ଠିତ ଗତ ଜୁନିୟର ବିଶ୍ୱକପ ଫାଇନାଲରେ ଚାମ୍ପିଅନ ଭାରତ ଠାରୁ ପରାସ୍ତ ହୋଇଥିଲା ବେଲଜିୟମ । ତେବେ ଏଥର ନିଶ୍ଚିତ ଭଲ ପ୍ରଦର୍ଶନ କରି ଟାଇଟଲ ହାସଲ ପାଇଁ ଦୃଢ଼ ପ୍ରତିଜ୍ଞ ହୋଇଛି ।

ଦଳର କୋଚ ଜୋରେନ ବାର୍ଟ କହିଛନ୍ତି ଯେ ଗତ ଜୁଲାଇ ମାସରେ ଆମେ ସ୍ପେନରେ ଏକ ଭଲ ଟୁର୍ଣ୍ଣାମେଣ୍ଟ ଖେଳିଥିଲୁ । ସେହିରି ଏଠାରେ ଆଉ ଏକ ଉତ୍ତମ ଟୁର୍ଣ୍ଣାମେଣ୍ଟ ଖେଳିବା ଅପେକ୍ଷାରେ ରହିଛୁ । ଦଳର ଅଧିନାୟକ ଡାଇଲାନ ଇଙ୍ଗଲେବେର୍ଟ କହିଛନ୍ତି ଯେ ଆମେ ଏଠାରେ ପ୍ରଥମ ଥର ପାଇଁ ଖେଳିବାକୁ ଆସିଛୁ । ତେବେ ଆମର ସିନିଅର ଦଳ ଏହି ବୃହତ ହକି ଷ୍ଟାଡିୟମର ଛବି ଦେଖିଛୁ । ତେଣୁ ପ୍ରଥମ ଥର ପାଇଁ ଏପରି ଏକ ବୃହତ ଷ୍ଟାଡିୟମରେ ଖେଳିବା ପାଇଁ ଅତି ବ୍ୟଗ୍ରତାର ଅପେକ୍ଷା କରିଛୁ ।