fbpx

ଆମେରିକା ଜାରି କଲା ଟ୍ରାଭେଲ ଆଡଭାଇଜରୀ, କହିଲା-‘ଭାରତରେ ଏବେ କରୋନା ବିପଦ କମ୍’

ନୂଆଦିଲ୍ଲୀ : ଭାରତରେ କରୋନା  ସଂକ୍ରମଣର ବିପଦ ହ୍ରାସ ପାଇବାରେ ଲାଗିଛି । ପ୍ରତିଦିନ କମ୍ ନୂଆ ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଆମେରିକାର ବୈଦେଶିକ ବିଭାଗ ସୂଚନା ଦେଇଛି ଯେ, ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ମଧ୍ୟ ଭାରତରେ କରୋନା ବିପଦ ସ୍ତରକୁ ୧ କହିଛି, ଯାହାକି ବହୁତ କମ୍ ।

ଏହା ସହ ଆମେରିକା ଏକ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି । ଏଥିରେ କୁହାଯାଇଛି ଯେ, ଯଦି ଆପଣ ସ୍ୱୀକୃତି ପ୍ରାପ୍ତ ଟିକାର ଉଭୟ ଡୋଜ୍ ନେଇଛ, ତେବେ ଆପଣଙ୍କଠାରେ କରୋନା ସଂକ୍ରମଣ ହେବାର ଆଶଙ୍କା ବହୁତ କମ୍ । ସିଡିସିର ୱେବସାଇଟରେ କୁହାଯାଇଛି ଯେ, ‘ଭାରତ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା- ଆପଣ ନିଶ୍ଚିତ କରିବା ଉଚିତ ଯେ ଆପଣ ଭାରତ ଯାତ୍ରା କରିବା ପୂର୍ବରୁ ସମ୍ପୂର୍ଣ୍ଣ ଟିକାକରଣ କରିଛନ୍ତି । ଭାରତରେ ଆପଣ ମାସ୍କ ପିନ୍ଧିବା ପରି ପଦକ୍ଷେପଗୁଡିକୁ ଗ୍ରହଣ କରିବା ଉଚିତ୍ ।’

Get real time updates directly on you device, subscribe now.