fbpx

ମମିତା ମେହେର ହତ୍ୟା ମାମଲା: ଦିବ୍ୟଶଙ୍କରଙ୍କୁ କଂଗ୍ରେସର କଳାପତାକା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟାକାଣ୍ଡ ମାମଲାକୁ ନେଇ ରାଜନୀତି ଥମିବାର ନାମ ନେଉନାହିଁ । ଆଜି ଏହି ମାମଲାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରିଛି କଂଗ୍ରେସ । ମନ୍ତ୍ରୀ କଳାହାଣ୍ଡି ଗସ୍ତରେ ରହିଥିବା ବେଳେ ତାଙ୍କୁ କଳାପତାକା ଦେଖାଇଥିଲା କଂଗ୍ରେସ ।

ଭବାନୀପାଟଣାରେ ହାଇସ୍କୁଲ ରୂପାନ୍ତରଣର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମାଣିକେଶ୍ୱରୀ ହାଇସ୍କୁଲ ଯାଇଥିବା ବେଳେ କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ କେବେ ସନସାଇନ ସ୍କୁଲ ଯାଇନଥିବା ନେଇ ସଫେଇ ଦେଇଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

Get real time updates directly on you device, subscribe now.