fbpx

ଏୟାରଟେଲ ବ୍ଲାକର ସବୁଠୁ ଶସ୍ତା ପ୍ଲାନ; ମିଳୁଛି ଅଧିକ ଡାଟା, କଲିଂ ଏବଂ ଡିଟିଏଚର ଫାଇଦା, ଜାଣନ୍ତୁ କେମିତି

ଏୟାରଟେଲ କିଛି ମାସ ପୂର୍ବରୁ ଏୟାରଟେଲ ବ୍ଲାକ୍ ନାମକ ଏକ ସେବା ଆରମ୍ଭ କରିଥିଲା। ଏହି ସେବା ଅଧୀନରେ, ଏୟାରଟେଲ୍ ଉପଭୋକ୍ତାମାନେ ଡିଟିଏଚ୍, ପୋଷ୍ଟପେଡ୍ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ପରି ଅନେକ ସେବାର ଏକକାଳୀନ ସବସ୍କ୍ରିପସନ୍ ପାଇପାରିବେ । ଏହି ସେବାରେ, ଉପଭୋକ୍ତାମାନେ ଗୋଟିଏ ବିଲ୍ ରେ ସବୁ ସେବାର ପେମେଣ୍ଟ କରିପାରିବେ । ଯଦି ଆପଣ ମଧ୍ୟ ଏକ ଏୟାରଟେଲ୍ ବ୍ୟବହାରକାରୀ ଅଟନ୍ତି ଏବଂ ଏୟାରଟେଲ୍ ବ୍ଲାକ୍ ର କୌଣସି ପ୍ଲାନ ନେବାକୁ ଚାହାଁନ୍ତି, ତେବେ ଏହା ଆପଣଙ୍କ ପାଇଁ ଜରୁରୀ ସୂଚନା ହୋଇପାରେ ।
ଏୟାରଟେଲର ୯୯୮ ପ୍ଲାନ ବହୁତ ସୁଲଭ ଏବଂ ଭଲ ଅଟେ । ଏହି ପ୍ଲାନରେ, ଉପଭୋକ୍ତାମାନେ ୨ଟି ପୋଷ୍ଟପେଡ୍ କନେକ୍ସନ ପାଇବେ । କେବଳ ଏତିକି ନୁହେଁ, ଏହି ଯୋଜନାରେ ଉପଭୋକ୍ତାଙ୍କୁ ଗୋଟିଏ ରେଗୁଲାର ସିମ୍ ମଧ୍ୟ ମିଳିବ, ଏହା ସହ ଏକ ଆଡ୍-ଅନ ସିମ୍ ମଧ୍ୟ ରହିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୧୦୫ ଜିବି ଡାଟା ମଧ୍ୟ ମିଳିବ । ଅସୀମିତ କଲିଂ ମଧ୍ୟ ରହିଛି । ଡିଟିଏଚ କନେକ୍ସନରେ ଉପଭୋକ୍ତାଙ୍କୁ ୩୫୦ ଟଙ୍କା ପର୍ଯ୍ୟନ୍ତ ଚ୍ୟାନେଲ ଯୋଡ଼ିବାର ବିକଳ୍ପ ମଧ୍ୟ ଦିଆଯାଇଛି । କେବଳ ଏତିକି ନୁହେଁ, ପ୍ରତ୍ୟେକ ଉପଭୋକ୍ତା ପ୍ଲାନ ଅନୁଯାୟୀ ଏୟାରଟେଲ ମାଗଣାରେ ଏକ୍ସଷ୍ଟ୍ରିମ ବକ୍ସ ପାଇବେ । ଏହି ପ୍ଲାନରେ ଉପଭୋକ୍ତାମାନେ ୧ ବର୍ଷର ଆମାଜନ ପ୍ରାଇମ ମେମ୍ବରସିପ୍ର ମଧ୍ୟ ସୁବିଧା ଉଠାଇପାରିବେ । ୧ ବର୍ଷର ଏୟାରଟେଲ ଏକ୍ସଟ୍ରିମ୍ ଆପ୍ ସବସ୍କ୍ରିପସନ୍ ମଧ୍ୟ ପାଇପାରିବେ ।
ତେବେ ଯେଉଁ ଉପଭୋକ୍ତାମାନେ ଚାଲୁଥିବା ସବସ୍କ୍ରିପସନରେ ଅନ୍ୟ ସେବାକୁ ଯୋଡ଼ିବାକୁ ଚାହୁଛନ୍ତି ସେମାନଙ୍କୁ ମାଗଣାରେ ଏକମାସ ପର୍ଯ୍ୟନ୍ତ ଏୟାରଟେଲ ବ୍ଲାକ ସେବା ମିଳିବ । ଯଦି ଆପଣ ପୂର୍ବରୁ ହଁ ଏୟାରଟେଲ ପୋଷ୍ଟପେଡ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ପ୍ଳାନରେ ଏକ ମାସ ପାଇଁ ମାଗଣା ଡିଟିଏଚ ସେବା ପାଇପାରିବେ ।

 

Get real time updates directly on you device, subscribe now.