fbpx

ଡାକ୍ତରଙ୍କୁ ଅପହରଣ ପରେ ହତ୍ୟା, ରାସ୍ତା ଉପରେ ଫୋପାଡ଼ିଲେ ମୃତଦେହ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନୀ ମାନେ କବଜା କରିବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଉତ୍ର ଆଫଗାନିସ୍ତାନରେ ଜଣେ ଜଣାଶୁଣା ଡାକ୍ତରଙ୍କୁ ଉଠାଇ ନେଇ ତାଙ୍କୁ ହତ୍ୟା କରିଦିଆଯାଇଥିବା ଜଣାପଡ଼ିଛି । ମହମ୍ମଦ ନାଦର୍ ଅଲେମୀ ନାମକ ଜଣେ ଡାକ୍ତରଙ୍କୁ ଦୁଇ ମାସ ତଳେ ମଜାର-ଏ-ଶରୀଫ ସହରରୁ ଅପହରଣ କରାଯାଇଥିଲା । ପରେ ଅପହରଣକାରୀ ମାନେ ତାଙ୍କୁ ଛାଡ଼ି ଦେବା ପାଇଁ ଟଙ୍କା ମାଗିଥିଲେ । ହେଲେ ଟଙ୍କା ଦେବା ପରେ ବି ତାଙ୍କୁ ହତ୍ୟା କରିଦିଆଗଲା । ଏନେଇ ଡାକ୍ତରଙ୍କ ପୁଅ ରୋହିନ୍ ଅଲେମୀ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ।

ଡାକ୍ତରଙ୍କ ପୁଅ ଦେଇଥିବା ସୂଚନା ମୁତାବକ, ଅପହରଣକାରୀ ମାନେ ଡାକ୍ତରଙ୍କୁ ଛାଡ଼ି ଦେବା ନେଇ ମୋଟା ଅଙ୍କର ଟଙ୍କା ମାଗିଥିଲେ । ପରିବାର ଲୋକେ ଖୁବ୍ କଷ୍ଟ କରି ୩୫୦,୦୦୦ ଡଲାର୍ ଜୁଟାଇଥିଲେ । ହେଲେ ଟଙ୍କା ଦେବା ପରେ ବି ସେମାନେ ତାଙ୍କୁ ହତ୍ୟା କରି ରାସ୍ତାରେ ଫୋପାଡ଼ି ଦେଇଥିଲେ । ରୋହିନ୍ ଆଗକୁ କହିଛନ୍ତି ଯେ, ତାଙ୍କ ବାପାଙ୍କ ଉପରେ ଖୁବ୍ ଅତ୍ୟାଚାର କରାଯାଇଥିଲା । ଶରୀର ସାରା କ୍ଷତ ଚିହ୍ନ ହୋଇଥିଲା । ସେ ଏକ ସରକାରୀ ଡାକ୍ତର ଥିଲେ ଓ ତାଙ୍କର ନିଜର ଏକ କ୍ଲିନିକ୍ ରହିଥିଲା ।

Get real time updates directly on you device, subscribe now.