fbpx

ପୁଲୱାମା ବିସ୍ଫୋରଣ ପାଇଁ ରାସାୟନିକ ପଦାର୍ଥ ଯୋଗାଇଥିଲା ଆମାଜନ୍: ଦେଶଦ୍ରୋହ ମାମଲା ରୁଜୁ ପାଇଁ ଦାବି କଲା CAIT

ନୂଆଦିଲ୍ଳୀ: ଭାରତୀୟ ବ୍ୟବସାୟିକ ସଂଘ(ସିଏଆଇଟି) ପକ୍ଷରୁ ଏକ ସଙ୍ଗୀନ ଅଭିଯୋଗ ଅଣାଯାଇଛି । ପୁଲୱାମା ବିସ୍ଫୋରଣ ପୂର୍ବରୁ ଆତଙ୍କୀଙ୍କ ନିକଟରେ ବିସ୍ଫୋରକ ସାମଗ୍ରୀ ପହଞ୍ଚାଇବାରେ ଆମାଜନ ସହାୟତା କରିଥିଲା ବୋଲି ସିଏଆଇଟି ପକ୍ଷରୁ ଅଭିଯୋଗ କରାଯାଇଛି । ଆଇଇଡି ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ରାସାୟନିକ ସାମଗ୍ରୀ ଆମାଜନରୁ କିଣା ଯାଇଥିବା ନେଇ ସିଏଆଇଟି ପକ୍ଷରୁ କୁହାଯାଇଛି । ଏହା ସହିତ ଆମାଜନ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପାଇଁ ମଧ୍ୟ ଦାବି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ । ଆତଙ୍କୀ ମାନେ ଆମାଜନରୁ ଆମୋନିୟମ ନାଇଟ୍ରେଟ୍ କିଣିଥିଲେ ଯାହାକୁ ଭାରତରେ ବ୍ୟାନ କରାଯାଇଛି । ପରବର୍ତ୍ତୀ ସମୟରେ ଆମାଜନ ଜରିଆରେ ଆଉ ୨ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା । ସିଏଆଇଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭରତିଆ ଏବଂ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଏନଆଇଏ ପଚରା ଉଚୁରା ସମୟରେ ଆମାଜନର ସମ୍ପୃକ୍ତି ଜଣାପଡିଥିଲା । ଏହି ଘଟଣା ପରେ ଆମାଜନ ନାମରେ ମାମଲା ରୁଜୁ କରିବା ପାଇଁ ଉଭୟ ଦାବି କରିଛନ୍ତି ।

Get real time updates directly on you device, subscribe now.