fbpx

ସୂର୍ଯ୍ୟ ପୃଷ୍ଠରେ ନାସା ପାଇଲା ବଡ଼ ଛିଦ୍ର, ବୈଜ୍ଞାନିକମାନେ ଦେଲେ ଏପରି ଚେତାବନୀ

ୱାଶିଂଟନ୍: ଅନ୍ତରୀକ୍ଷର ପାଣିପାଗ ଉପରେ ନଜର ରଖିଥିବା ଆମେରିକାର ସ୍ପେସ ଏଜେନ୍ସି ନାସାର ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି । ନାସାର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି, ସୂର୍ଯ୍ୟ ପୃଷ୍ଠରେ ବା କୋରୋନା ଉପରେ ଏକ ବଡ଼ ଛିଦ୍ର ହୋଇଛି । ସୂର୍ଯ୍ୟର ଦକ୍ଷିଣ ସ୍ଥାନରେ ହୋଇଥିବା ଏହି ଗର୍ତ୍ତରୁ କଣିକାର ଏକ ସ୍ରୋତ ନିର୍ଗତ ହେଉଛି, ଯାହାକି ପୃଥିବୀର ବାୟୁମଣ୍ଡଳ ସହିତ ଧକ୍କା ହୋଇପାରେ ।

ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ସୂର୍ଯ୍ୟ ପୃଷ୍ଠରେ ହେଉଥିବା ପରିବର୍ତ୍ତନ ଯୋଗୁଁ ପୃଥିବୀ ସହ ଏକ ବଡ଼ ସୌର ତୁଫାନ୍ ଧକ୍କା ହୋଇପାରେ । ବୈଜ୍ଞାନିକଙ୍କ ଅନୁସାରେ, ସୂର୍ଯ୍ୟ ପୃଷ୍ଠରେ ଏକ ଛିଦ୍ର ଦେଖାଯାଇଛି । ଏହି ଗର୍ତ୍ତରୁ ଅବୋଶିତ କଣିକାଗୁଡ଼ିକର ନିରନ୍ତର ଭାବେ ନିର୍ଗତ ହେଉଛି । ଏହି କଣିକାଗୁଡ଼ିକ ପୃଥିବୀର ବାୟୁମଣ୍ଡଳ ସହ ଧକ୍କା ହେବାର ସମ୍ଭାବନା ରହିଛି ।

ସ୍ପେସ୍ ୱେଦରର ରିପୋର୍ଟ ଅନୁସାରେ, ଏହା କାରଣରୁ ପୃଥିବୀର ମ୍ୟାଗ୍ନେଟୋସ୍ଫିୟରେ କିଛି ଛୋଟ ଭୂ-ଚୁମ୍ବକୀୟ ଗତି ହୋଇପାରେ । ପୃଥିବୀ ଆଡକୁ ବଢ଼ୁଥିବା ଧାରାରୁ ଧ୍ରୁବୀୟ କ୍ଷେତ୍ରରେ ଅରୋରା ପ୍ରଭାବ ସୃଷ୍ଟି ହୋଇପାରେ । ଏହି କାରଣରୁ ଉତ୍ତର ଓ ଦକ୍ଷିଣ ଧ୍ରୁବର ଆକାଶରେ ସବୁଜ ଆଲୋକ ଦେଖିବାକୁ ମିଳିପାରେ ।

ତେବେ ସୌର ତୁଫାନ୍ ଯୋଗୁଁ ପୃଥିବୀର ବାହ୍ୟ ବାୟୁମଣ୍ଡଳ ଗରମ ହୋଇପାରେ, ଯାହା ସିଧାସଳଖ ପ୍ରଭାବ ସାଟେଲାଇଟ୍ ଉପରେ ପଡିପାରେ । ଏଥିରେ ଜିପିଏସ୍ ନେଭିଗେସନ୍, ମୋବାଇଲ୍ ଫୋନ୍ ସିଗନାଲ୍ ଓ ସାଟେଲାଇଟ୍ ଟିଭିରେ ବାଧା ସୃଷ୍ଟି ହୋଇପାରେ । ବିଦ୍ୟୁତ୍ ଲାଇନଗୁଡିକରେ କରେଣ୍ଟ୍ ତୀବ୍ର ହୋଇପାରେ, ଯାହା ଟ୍ରାନ୍ସଫର୍ମରଗୁଡ଼ିକୁ ମଧ୍ୟ ଉଡାଇପାରିବ । ତେବେ ସୂର୍ଯ୍ୟ ଉପରେ ହୋଇଥିବା ଏହି ଛିଦ୍ର ଲଗାତାର ବଢ଼ିବାରେ ଲାଗିଛି, ଯାହାକି ବୈଜ୍ଞାନିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Get real time updates directly on you device, subscribe now.