fbpx

ପଦାର୍ପଣ ଟେଷ୍ଟରେ ଶତକ ହାସଲ କଲେ ଶ୍ରେୟସ୍, ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାପନ କଲେ ରେକର୍ଡ

ନୂଆଦିଲ୍ଲୀ: ନିଜର ଟେଷ୍ଟ କ୍ୟାରିୟରର ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଆୟର । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ସକାଳେ ଶ୍ରେୟସ୍ କ୍ରୀଡ଼ାପ୍ରେମୀଙ୍କୁ ଏହି ସୁସମ୍ବାଦ ଦେଇଛନ୍ତି । ୧୬ତମ ଭାରତୀୟ ଭାବେ ଶ୍ରେୟସ୍ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ବର୍ତ୍ତମାନ ସେ ୧୬୮ଟି ବଲରୁ ୧୦୪ କରି ସଂଘର୍ଷ ଜାରି ରଖିଥିବା ବେଳେ ସେଥିରେ ୧୩ଟି ଚୌକା ଓ ୨ଟି ଛକା ସାମିଲ୍ ରହିଛି । ଶ୍ରେୟସଙ୍କ ଏହି ରେକର୍ଡ ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଓ ଅନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ତାଙ୍କୁ ଟ୍ୱିଟରରେ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଭାରତ ୱିକେଟ ପରେ ୱିକେଟ ହରାଇ ଚାଲିଥିବା ବେଳେ ଶୁବମନ ଗିଲ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ଶ୍ରେୟସ୍ ଭଲ ପାଳି ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳରେ ବିରାଟ କୋହିଲି, ରୋହିତ ଶର୍ମା, ମହମ୍ମଦ ସାମିଙ୍କ ପରି ଅଭିଜ୍ଞ ଖେଳାଳିମାନେ ଅନୁପସ୍ଥିତି ରହିଛନ୍ତି । ତେଣୁ ନବାଗତଙ୍କୁ ନେଇ କିୱିକୁ ଟକ୍କର ଦେବା ଅଧିନାୟକ ଅଜିଙ୍କ୍ୟ ରାହେଣଙ୍କ ପାଇଁ ଏକ କଡ଼ା ଚ୍ୟଲେଞ୍ଜ ହେବ ।

Get real time updates directly on you device, subscribe now.