fbpx

ମାଲେସିଆନ ଓପନ ସ୍କ୍ୱାସ ଚାମ୍ପିୟନସିପ: ପ୍ରଥମ ଭାରତୀୟ ଭାବେ ଟାଇଟଲ ଜିତିଲେ ସୌରଭ ଘୋଷ

ନୂଆଦିଲ୍ଲୀ: ଇତିହାସ ରଚିଲେ ସ୍କ୍ୱାସ ଷ୍ଟାର ସୌରଭ ଘୋଷାଲ । ପ୍ରଥମ ଭାରତୀୟ ଭାବେ ମାଲେସିଆନ ଓପନ ଚାମ୍ପିୟନସିପର ଟାଇଟଲ ଜିତି ଇତିହାସ ରଚିଛନ୍ତି ସୌରଭ । ଶନିବାର ପୁରୁଷ ସିଙ୍ଗିଲରେ ମିଗେଲ ରୋଡ୍ରିଗୁଏଜଙ୍କୁ ହରାଇ ସେ ଜିତିଛନ୍ତି ଏହି ଟାଇଟଲ ।

ମିଗେଲ ରୋଡ୍ରିଗୁଏଜଙ୍କୁ ୧୧-୭, ୧୧-୮ ଏବଂ ୧୩-୧୧ ରେ ହରାଇ ସେ ଏହି ସମ୍ମାନୀୟ ମୁକୁଟ ହାସଲ କରିଛନ୍ତି ।  ଏନେଇ ସେ କହିଛନ୍ତି ଯେ ସେ କିଛି ଭଲ ଖେଳାଳିଙ୍କୁ ହରାଇ ଏଠାରେ ପହଞ୍ଚିଛନ୍ତି ଯାହା ତାଙ୍କ ପାଇଁ ଖୁବ୍ କଠିନ ଥିଲା । ଶେଷ ମ୍ୟାଚ ସହଜ ନଥିଲା । ତେବେ କଠିନ ପରିଶ୍ରମ ଯୋଗୁଁ ଜିତିବା ସମ୍ଭବ ହୋଇଥିବାନେଇ ସେ କହିଛନ୍ତି ।

Get real time updates directly on you device, subscribe now.