fbpx

ସେକେଣ୍ଡ ଇନିଂସ ପାଇଁ ତୟାର ଶାର୍ଦ୍ଦୁଲ ଠାକୁର: ଦୀର୍ଘ ଦିନର ପ୍ରେମିକା ସହିତ କଲେ ନିର୍ବନ୍ଧ, ଦେଖନ୍ତୁ Video

ନୂଆଦିଲ୍ଲୀ: କ୍ରିକେଟ ପଡିଆରେ ପ୍ରତିପକ୍ଷ ଖେଳାଳିଙ୍କ ଷ୍ଟମ୍ପ ଓପାଡିବାକୁ ପସନ୍ଦ କରୁଥିବା ଶାର୍ଦ୍ଦୁଲ ଠାକୁର ଶେଷରେ କ୍ଲିନ ବୋଲ୍ଡ ହୋଇଛନ୍ତି । ଦୀର୍ଘ ଦିନର ପ୍ରେମିକା ମିତାଲି ପାରୁଲକରଙ୍କ ସହିତ ନିର୍ବନ୍ଧ କରିଛନ୍ତି ଲର୍ଡ ଶାର୍ଦ୍ଦୁଲ ଠାକୁର । ସୋମବାର ଶାର୍ଦ୍ଦୁଲଙ୍କ ନିର୍ବନ୍ଧ ହୋଇଥିବା ବେଳେ ସାଥୀ ଖେଳାଳି ରୋହିତ ଶର୍ମା, ଅଭିଷେକ ନାୟାର ଏବଂ ଧୱଲ କୁଲକର୍ଣ୍ଣୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁମ୍ବାଇ କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ଫଙ୍କସନ ଆୟୋଜନ କରାଯାଇଥିବା ବେଳେ ମାତ୍ର ୭୫ ଜଣ ଅତିଥି ଏଥିରେ ଯୋଗ ଦେଇଥିଲେ । ୩୦ ବର୍ଷୀୟ ଶାର୍ଦ୍ଦୁଲ ବର୍ତ୍ତମାନ ଚମକ୍ରାର ଫର୍ମରେ ରହିଛନ୍ତି । ଆଇପିଏଲରେ ୨୧ଟି ୱିକେଟକ ନେଇଥିବା ଶାର୍ଦ୍ଦୁଲ ଇଂଲଣ୍ଡ ବିପକ୍ଷ ସିରିଜରେ ଦୁଇଟି ଅର୍ଦ୍ଧଶତକ ହାସଲ କରିବା ସହିତ ୭ଟି ୱିକେଟ ମଧ୍ୟ ନେଇଥିଲେ ।

ଅନ୍ୟ ପକ୍ଷରେ ଶାର୍ଦ୍ଦୁଲ ଏବଂ ମିତାଲି ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଛନ୍ତି । ମିତାଲି ଜଣେ ଏଣ୍ଟ୍ରପ୍ରେନ୍ୟୁର ହୋଇଥିବା ବେଳେ ତାଙ୍କର ଅଲ ଦ ବେକସ ନାମକ ଏକ ଷ୍ଟାର୍ଟଅପ ରହିଛି । ମିତାଲିଙ୍କ ଷ୍ଟାର୍ଟଅପ୍ ଥାନେରେ ସକ୍ରିୟ ରହିଛି । ବର୍ତ୍ତମାନ କ୍ରିକେଟରୁ ଦୂରରେ ରହିଥିବା ଶାର୍ଦ୍ଦୁଲ ସାଉଥ ଆଫ୍ରିକା ସିରିଜରେ ଭାରତୀୟ ଦଳକୁ ଫେରିବାର ସମ୍ଭାବନା ରହିଛି ।

 

View this post on Instagram

 

A post shared by Malti Chahar(Meenu) ?? (@maltichahar)

Get real time updates directly on you device, subscribe now.