fbpx

ଜୁନିୟର ହକି ବିଶ୍ୱକପ୍‌ କ୍ୱାର୍ଟର୍‌ ଫାଇନାଲ୍‌ ଲଢ଼େଇ: ଆସନ୍ତାକାଲି ପୂର୍ବ ପରାଜୟ ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ବେଲ୍‌ଜିୟମ, ନୂଆ ରଣନୀତରେ ପ୍ରତିହତ କରିବ ଭାରତୀୟ ଟିମ୍

ଭୁବନେଶ୍ୱର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଜୁନିୟର ହକି ବିଶ୍ୱକପର ଅସଲ ଲଢ଼େଇ ବୁଧବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଛି । କାରଣ ପ୍ରତି ଗ୍ରୁର ଶ୍ରେଷ୍ଠ ୮ ଦଳ କ୍ୱାର୍ଟରଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ତେଣୁ ସେମିଫାଇନାଲ ଖେଳିବା ପାଇଁ ସବୁ ଦଳ ନିଶ୍ଚିତ ପ୍ରୟାସ କରିବେ । ତେଣୁ କ୍ୱାର୍ଟରଫାଇନାଲ ପର୍ଯ୍ୟାୟ ସମସ୍ତ ମ୍ୟାଚରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିବ । ଡିସେମ୍ବର ୧ ତାରିଖ ଦିନ ଅନୁଷ୍ଠିତ ହେବ ଚାରୋଟି ଯାକ କ୍ୱାର୍ଟାଫାଇନାଲ ମ୍ୟାଚ । ଉକ୍ତ ଦିନ ପୂର୍ବାହ୍ନ ୧୦.୩୦ରେ ସ୍ପେନ ଓ ଜର୍ମାନୀ ମଧ୍ୟରେ ହେବ ପ୍ରଥମ ଭାଗ୍ୟ ପରୀକ୍ଷା । ଏହି ମ୍ୟାଚରେ ସ୍ପେନକୁ କଡା ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ । କାରଣ ୬ ଥର ଚାମ୍ପିଅନ ଜର୍ମାନୀ ଗ୍ରୁପର୍ଯ୍ୟାୟର ସମସ୍ତ ଲିଗ୍‌ ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ସ୍ପେନ ୨ ବିଜୟ ଓ ୧ ପରାଜୟ ସହିତ କ୍ୱାର୍ଟରଫାଇନାଲ ଖେଳିବାକୁ ଆସିଛି । ତେଣୁ ଜର୍ମାନୀ ପରି ଶକ୍ତିଶାଳୀ ଦଳ ବିରୋଧରେ ଲଢ଼େଇ କରିବାକୁ ହେଲେ ଦୃଢ଼ ମନବଳ ଓ ସଠିକ ରଣନୀତି ନେଇ ମଇଦାନକୁ ଓହ୍ଲାଇବାକୁ ପଡିବ । ସେହି ରି ଉକ୍ତ ଦିନ ଅପରାହ୍ନରେ ଦ୍ୱିତୀୟ କ୍ୱାର୍ଟରଫାଇନାଲ ମ୍ୟାଚରେ ଅନ୍ୟତମ ଶକ୍ତିଶାଳୀ ଦଳ ବିରୋଧରେ ଖେଳିବ ଆର୍ଜେଣ୍ଟିନା । ତୃତୀୟ ମ୍ୟାଚରେ ଫ୍ରାନ୍ସ ଓ ମାଲେସିୟା ପରସ୍ପରକୁ ଭେଟିେ ।

ସେହିପରି ରାତି ୭.୩୦ରେ ଖେଳା ଯିବାକୁ ଥିବା ଶେଷ କ୍ୱାର୍ଟର ଫାଇନାଲ ରେ ଭାରତ-ବେଲଜିୟମ ଲଢ଼େଇ ହେବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ୨୦୧୬ରେ ଲକ୍ଷ୍ନୗେରେ ଅନୁଷ୍ଠିତ ଗତ ଜୁନିୟର ବିଶ୍ୱକପ ଫାଇନାଲରେ ବେଲଜିୟମକୁ ପରାସ୍ତ କରି ଭାରତ ଚାମ୍ପିଅନ ।ହୋଇଥିଲା । ତେଣୁ ମ୍ୟାଚର ପରାଜୟ ପ୍ରତିଶୋଧ ନେବା ପାଇଁ ବେଲଜିୟମ ସୁଯୋଗ ଅପେକ୍ଷାରେ ଥିଲା । ବର୍ତ୍ତମାନ ସେହି ମଉକା ପାଇଛି ବେଲଜିୟମ । ତେଣୁ ବେଲଜିୟମକୁ ପ୍ରତିହତ କରିବା ପାଇଁ ଭାରତୀୟ ଦଳ ସଠିକ ରଣନୀତି ପ୍ରସ୍ତୁତି ସହିତ ଦୃଢ଼ ମାନସିକତା ନେଇ ପଡିଆକୁ ଓହ୍ଲାଇବା ପାଇଁ ପଡିବ । କାରଣ ଏହି ବିଶ୍ୱକପରେ ବେଲଜିୟମ ଅତି ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି । ତେଣୁ ଅଧିନାୟକ ବିବେକ ପ୍ରସାଦ ସାଗରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ଲଢ଼େଇରେ ବେଲଜିୟମକୁ କିପରି ମୁକାବିଲଶ କରିବ ତାହା ଅପେକ୍ଷାର ବିଷୟ ।

ଅନ୍ୟ ଏକ ଗୁରୁତ୍ୱୂର୍ଣ୍ଣ ପ୍ରସଙ୍ଗ ହେଲା ଯେ ଷ୍ଟାଡିୟମରେ ଦର୍ଶକଙ୍କୁ ମ୍ୟାଚ ଉପଭୋଗ କରିବା ସୁଯୋଗ ଦିଆ ଯାଇ ନ ଥିଲେ ହେଁ ଖେଳାଳିଙ୍କ ନିକଟରେ ଆଗ୍ରହ ଓ ଉତ୍ସାହ ମଳିନ ପଡିନି । ତେଣୁ ପୂର୍ବର ସମସ୍ତ ବିଶ୍ୱକପ ତୁଳନାରେ ଚଳିତ ଜୁନିୟର ହକି ବିଶ୍ୱକପରେ ରେକର୍ଡ ସଂଖ୍ୟକ ଗୋଲ ସ୍କୋର ହୋଇଛି । ଗତ ବିଶ୍ୱକପରେ ମୋଟ ୧୮୫ ଗୋଲ ସ୍କୋର ହୋଇଥିବା ବେଳେ ଏଠାରେ ଚାଲିଥିବା ବିଶ୍ୱକପର ଗ୍ରୁ ପର୍ଯ୍ୟାୟ ଲିଗ ମୁକାବିଲର ୨୪ ମ୍ୟାଚରେ ମୋଟ ୧୯୭ ଗୋଲ ସ୍କୋର ହୋଇଛି । ଆଗକୁ ଆହୁରି ଅଧିକ ମ୍ୟାଚ ଖେଳିବା ପାଇଁ ଥିବାରୁ ଏଥର ଏକ ରେକର୍ଡ ସଂଖ୍ୟକ ଗୋଲ ସ୍କୋର ହେବ ।

Get real time updates directly on you device, subscribe now.