fbpx

ବଡ଼ ଖବର: ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ

ଯାଜପୁର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକମାନେ ଭୟଭୀତ ହେଉଥିବା ବେଳେ ରାଜ୍ୟରେ ଘଟିଛି ଏକ ବଡ଼ ଘଟଣା । ଯଶୋବନ୍ଦପୁର-ହାୱଡ଼ା ଦୂରନ୍ତ ଏକ୍ସପ୍ରେସ ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି । ଯାଜପୁର ଜିଲ୍ଲା ହରିଦାସପୁର ଷ୍ଟେସନ ନିକଟରେ ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଟ୍ରେନର ଜେନେରେଟର ବଗି ଧାରଣାରୁ ବାହାରି ଯାଇଥିବା ସୂଚନା ମିଳିଛି । ଟ୍ରେନର ଆଉ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଲାଇନଚ୍ୟୁତ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Get real time updates directly on you device, subscribe now.