fbpx

ଭାରତରେ Omicronର ପାୱାର କାମ କରିବନି: ଦେଶର ଅଧିକାଂଶ ଲୋକଙ୍କ ଠାରେ ‘Hybrid Immunity’ ସୃଷ୍ଟି ହୋଇଥିବା ନେଇ ଆସିଲା ବୈଜ୍ଞାନିକଙ୍କ ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ସମଗ୍ର ବିଶ୍ୱ ଆଶଙ୍କା ମଧ୍ୟରେ ରହିଛି । ଇତି ମଧ୍ୟରେ ଏହା ୩୮ଟି ଦେଶକୁ ବ୍ୟାପିସାରିଥିବା ବେଳେ କାହାର ଏଥିରେ ମୃତ୍ୟୁ ହୋଇନାହିଁ । ବିଭିନ୍ନ ଦେଶ ଓମିକ୍ରନ ପାଇଁ କଟକଣାକୁ କଡ଼ାକଡ଼ି କରିବା ସହ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣାଇଲେଣି । ଏବେ ଭାରତ ପାଇଁ ଏକ ସୁଖବର ଆସିଛି । ଦେଶର ଅଧିକାଂଶ ଲୋକଙ୍କ ଶରୀରରେ ‘ହାଇବ୍ରିଡ୍ ଇମ୍ୟୁନିଟି’ ସୃଷ୍ଟି ହୋଇଥିବାରୁ ଓମିକ୍ରନ୍ ସେମାନଙ୍କର କୌଣସି କ୍ଷତି କରିପାରିବ ନାହିଁ ବୋଲି କହିଛନ୍ତ ସିଏସଆଇଆରର ଜଣେ ବରିଷ୍ଠ ବୈଜ୍ଞାନିକ ।

ଓମିକ୍ରନକୁ ନେଇ ବରିଷ୍ଠ ବୈଜ୍ଞାନିକ ତଥା ସିଏସଆଇଆରର ନିର୍ଦ୍ଦେଶକ ଡା. ଅନୁରାଗ ଅଗ୍ରୱାଲ କହିଛନ୍ତି ଯେ, ଦେଶର ଅଧିକାଂଶ ଲୋକଙ୍କ ଦେହରେ ହାଇବ୍ରିଡି ଇମ୍ୟୁନିଟି ରହିଥିବାରୁ ସେମାନଙ୍କର ଷ୍ଟ୍ରଙ୍ଗ ରେଜିଷ୍ଟାନ୍ସ ପାୱାର ରହିଛି । ପୂର୍ବରୁ ଯଦି କେହି କୋଭିଡ-୧୯ରେ ସଂକ୍ରମିତ ହୋଇଥିବେ, ଗୋଟିଏ ଡୋଜ୍ ନେଇଥିଲେ ମଧ୍ୟ ସେମାନଙ୍କର ଇମ୍ୟୁନିଟି ପାୱାର ରହିଥିବ । ଦେଶରେ ଦ୍ୱିତୀୟ ଲହର ସୃଷ୍ଟି ହେବା ପରେ ଟିକାକରଣ ଅଭିଯାନକୁ ବୃଦ୍ଧି କରାଯାଇଥିଲା । ତେଣୁ ସେ ସମୟରେ ଯେଉଁମାନେ ସଂକ୍ରମିତ ହୋଇଥିବେ, ସେମାନଙ୍କ ଠାରେ ଏବେ ଇମ୍ୟୁନିଟି ପାୱାର ବଢ଼ିଯାଇଥିବ । ତେବେ ଯେଉଁମାନେ ଏ ପର୍ଯ୍ୟନ୍ତ ଟିକା ନେଇନାହାନ୍ତି, ସେମାନଙ୍କ ଠାରେ କମ୍ ଇମ୍ୟୁନିଟି ରହିଥିବ । ତେବେ ସ୍ୱାସ୍ଥ୍ୟକର୍ମୀମାନେ ପୂର୍ବରୁ ଦୁଇଟିଯାକ ଟିକା ନେଇସାରିଥିଲେ ହେଁ ସେମାନଙ୍କୁ ବୁଷ୍ଟର ଡୋଜ୍ ଦେବା ନେଇ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଡା. ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.