fbpx

କ’ଣ କହିବେ ଏହାକୁ ଲ୍ୟାଣ୍ଡଫୋନ୍ ନା’ ସ୍ମାର୍ଟଫୋନ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫୋନର ଅଜବ ଫଟୋ

ସମୟ ଥିଲା ଯେତେବେଳେ ଲୋକଙ୍କ ହାତରେ ମୋବାଇଲ ନଥିଲା । ସେତେବେଳେ କେବଳ ଲ୍ୟାଣ୍ଡଫୋନ ଘରମାନଙ୍କରେ ରହିଥିଲା । ଏକ ଡବା ଭଳି ଦେଖାଯାଉଥିବା ସେହି ଟେଲିଫୋନରେ କେବଳ ଫୋନ କଲ କରାଯାଇପାରୁଥିଲା କିମ୍ବା କଲ ରିସିଭ କରାଯାଇପାରୁଥିôଲା । ଏହା ଛଡ଼ା ଆଉ କୌଣସି କାମ ହୋଇପାରୁନଥିଲା ସେଥିରେ । ତେବେ ଏହାପରେ ଲ୍ୟାଣ୍ଡଫୋନରେ ଏକ ଛୋଟ ସ୍କିନ ମଧ୍ୟ ଆସିବାକୁ ଲାଗିଥିଲା ଯେଉଁଥିରେ ଡାଏଲ କରୁଥିବା ନମ୍ବର ଦେଖାଯାଉଥିଲା ।

କିନ୍ତୁ ଏବେ ଲ୍ୟାଣ୍ଡଲାଇନ ଫୋନରେ ଆପଣ ହ୍ୱାଟ୍ସଆପ୍ ଏବଂ ଟ୍ୱିଟର ବି ଚଲାଇପାରିବେ । ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି? ଏମିତି ଏକ ଲ୍ୟାଣ୍ଡଲାଇନ ଫୋନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଫଟୋକୁ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହେବା ସହ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି । ଏହା ଏମିତି ଏକ ଲ୍ୟାଣ୍ଡଫୋନ ଯେଉଁଥିରେ ସ୍ମାର୍ଟଫୋନ ଭଳି ଫିଚର୍ସ ରହିଛି । ଲାଗୁଛି ଏହା ସ୍ମାର୍ଟଫୋନ ଏବଂ ଲ୍ୟାଣ୍ଡଫୋନର ମିଶ୍ରଣ । ସୋସିଆଲ ମିଡିଆରେ ଲୋକେ ଏଥିରେ ମଜାଦାର କମେଣ୍ଟ ଦେଉଛନ୍ତି । ଖୁବଶୀଘ୍ର ଏହା ଆପଣଙ୍କ ଘରେ ପହଞ୍ଚିବ ବୋଲି କମେଣ୍ଟ ମଧ୍ୟ କରିଛନ୍ତି ୟୁଜର ।

Get real time updates directly on you device, subscribe now.