fbpx

ଶେଷ ତାରିଖ ପୂର୍ବରୁ ଭରନ୍ତୁ ଆଇଟିଆର୍, ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ(ଆଇଟିଆର୍) ଫାଇଲ୍ କରିବାର ଶେଷ ତାରିଖ ଡିସେମ୍ବର ୩୧ ତାରିଖ ପାଖେଇ ଆସୁଛି । ଏବେ ଆଇଟିଆର୍ ଫାଇଲ୍ କରିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଶେଷ ତାରିଖରେ ଭିଡରୁ ବଞ୍ଚିବା ପାଇଁ ଯେତେ ଶୀଘ୍ର ପାରୁଛନ୍ତି ନିଜର ଆଇଟିଆର୍ ଦାଖଲ କରିଦିଅନ୍ତୁ ।

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷ (ମୂଲ୍ୟାଙ୍କନ ବର୍ଷ ୨୦୨୧-୨୨) ପାଇଁ ଏପର୍ୟ୍ୟନ୍ତ ତିନି କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି। ଦୈନିକ ଦାଖଲ ହେବାକୁ ଥିବା ଆୟକର ରିଟର୍ଣ୍ଣ ସଂଖ୍ୟା ଚାରି ଲକ୍ଷ ଅତିକ୍ରମ କରିଛି । ମନ୍ତ୍ରଣାଳୟ ଟିକସଦାତାମାନଙ୍କୁ ମଧ୍ୟ କହିଛି ଯେଉଁମାନେ ଏପର୍ୟ୍ୟନ୍ତ ଆଇଟିଆର୍ ଦାଖଲ କରିନାହାଁନ୍ତି ସେମାନେ ତୁରନ୍ତ କରିନିଅନ୍ତୁ ।

ଆୟକର ବିଭାଗ ଇ-ମେଲ ଏବଂ ଏସଏମଏସ ପଠାଇବା ବ୍ୟତୀତ ମିଡିଆ ଅଭିଯାନ ମାଧ୍ୟମରେ ଠିକ ସମୟରେ ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଟିକସଦାତାଙ୍କୁ ଉତ୍ସାହିତ କରୁଛି । ବିଭାଗ ଟିକସଦାତାମାନଙ୍କୁ ଅନୁରୋଧ କରିଛି ଯେଉଁମାନେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି, ଶେଷ ମୁହୂର୍ତ୍ତର ଭିଡକୁ ଏଡ଼ାଇବା ପାଇଁ ତୁରନ୍ତ ଆଇଟିଆର୍ ଦାଖଲ କରନ୍ତୁ ।

Get real time updates directly on you device, subscribe now.