fbpx

ମହାରାଷ୍ଟ୍ରରେ ଚିହ୍ନଟ ହେଲେ ଆଉ ୨ ଓମିକ୍ରନ ଆକ୍ରାନ୍ତ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ବୃଦ୍ଧି

ମୁମ୍ବାଇ: ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ଓମିକ୍ରନ ଭ୍ୟାରିଆଣ୍ଟ ଏବେ ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି କ୍ରମରେ ସୋମବାର ମହାରାଷ୍ଟ୍ରରୁ ପୁଣି ଚିହ୍ନଟ ହୋଇଛନ୍ତି ଓମିକ୍ରନ ସଂକ୍ରମିତ । ମହାରାଷ୍ଟ୍ର ମୁମ୍ବାଇରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରୁ ଏଯାଏଁ ଚିହ୍ନଟ ହେଲେଣି ୧୦ ଆକ୍ରାନ୍ତ । ତେବେ ବର୍ତ୍ତମାନ ସୁଦ୍ଧା ଭାରତରେ ୨୩ ଆକ୍ରାନ୍ତ ଚିହ୍ନଟ ହେଲେଣି ।

ସୂଚନାଯୋଗ୍ୟ, ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନା ର ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଦେଶକୁ ଏହି ଭ୍ୟାରିଆଣ୍ଟ ବ୍ୟାପି ସାରିଲାଣି । କୁହାଯାଉଛି ଏହା କରୋନାର ଡେଲ୍ଟା ଭ୍ୟାରିଆଣ୍ଟଠାରୁ ମଧ୍ୟ ଅଧିକ ମାରାତ୍ମକ । ଭାରତରେ ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ଗୁଜରାଟ ଓ ରାଜସ୍ଥାନରୁ ଚିହ୍ନଟ ହୋଇଛି ଓମିକ୍ରନ । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

Get real time updates directly on you device, subscribe now.