ଚଳନ୍ତା ବସ୍‌ରେ ଜନ୍ମ ନେଲେ ଦୁଇ ଶିଶୁକନ୍ୟା, ସରକାର ଦେଲେ ଏମିତି ଉପହାର

କିଛି ଲୋକ ଭଲ ଭାଗ୍ୟ ନେଇ ଜନ୍ମ ନେଇଥାନ୍ତି । କିଛି ଲୋକ ଧନୀ ଭାଗ୍ୟ ନେଇ ଜନ୍ମ ନେଇ ନେଇଥାନ୍ତି । ସେହିଭଳି ଭଲ ଭାଗ୍ୟ ନେଇ ଚଳନ୍ତା ବସ୍‌ରେ ଜନ୍ମ ନେଇଛନ୍ତି ଦୁଇ ଶିଶୁକନ୍ୟ । ଏବେ ଆପଣ ଭାବୁଥିବେ ଚଳନ୍ତା ବସ୍‌ରେ ଜନ୍ମ ନେଇଥିବା ଶିଶୁଙ୍କ ଭାଗ୍ୟ ଭଲ କିପରି? ପ୍ରକୃତରେ ଏହି ଶିଶୁକନ୍ୟାଙ୍କ ଜନ୍ମ ପରେ ତାଙ୍କୁ ଏମିତି ଜନ୍ମଦିନ ଉପହାର ମିଳିଛି ଯାହା ତାଙ୍କୁ ଜୀବନସାରା ମନେରହିବ ।

ପ୍ରକୃତରେ ଚଳନ୍ତା ବସ୍‌ରେ ଜନ୍ମ ନେଇଥିବା ଦୁଇ ଶିଶୁକନ୍ୟାଙ୍କ ପାଇଁ ସରକାର ଜୀବନସାରା ପାଇଁ ଯାତ୍ରା ମାଗଣା କରିଛନ୍ତି । ଦୁଇ ଶିଶୁକନ୍ୟା ତେଲେଙ୍ଗାନାର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ଚଳନ୍ତା ବସ୍‌ରେ ଜନ୍ମ ନେଇଛନ୍ତି । ଏହି ବସ୍‌ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ(TSRTC) ଦ୍ୱାରା ପରିଚାଳିତ । ତେଣୁ ତେଲେଙ୍ଗାନା ସରକାର ବସ୍‌ରେ ଜନ୍ମ ନେଇଥିବା ଏହି ଦୁଇ ଶିଶୁକନ୍ୟାଙ୍କ ପାଇଁ ଜନ୍ମଦିନ ଉପହାର ଭାବରେ ମାଗଣାରେ ଆଜୀବନ ପାଇଁ ବସ୍‌ଯାତ୍ରା ପାସ୍‌ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗୋଟିଏ ଶିଶୁକନ୍ୟାର ଜନ୍ମ 30 ନଭେମ୍ବରରେ ମହବୁବନଗର ଜିଲ୍ଲାର ପେଦାକୋଥାପଲ୍ଲୀ ଗ୍ରାମ ନିକଟରେ ଚଳନ୍ତା ବସ୍‌ରେ ହୋଇଥିବାବେଳେ ଅନ ଶିଶୁକନ୍ୟାର ଜନ୍ମ 7 ଡିସେମ୍ବର ସିଦ୍ଧିପେଟ୍ ଜିଲ୍ଲାରେ ଚଳନ୍ତା ବସ୍‌ରେ ହୋଇଥିଲା । ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ତଥା ଯାତ୍ରୀ ଡେଲିଭରି କରାଇଥିଲେ । ଏହାପରେ ସେମାନଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତିକରାଯାଇଥିଲା ।