ବର୍ଷ ସରିବା ପୂର୍ବରୁ କରି ନିଅନ୍ତୁ ଏହି କାମ; ନଚେତ ସହିପାରନ୍ତି ଆର୍ଥିକ କ୍ଷତି

ନୂଆଦିଲ୍ଲୀ: ୨୦୨୧ ବର୍ଷ ଶେଷ ହେବାକୁ ଯାଉଛି । ବର୍ଷ ଶେଷ ହେବା ପୂର୍ବରୁ ଆପଣଙ୍କର ରହିଥିବା କିଛି ଆର୍ଥିକ କାମ ଆପଣ ପୁରା କରି ନିଅନ୍ତୁ ନଚେତ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ଆସନ୍ତୁ ନଜର ପକାଇବା ୪ଟି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଦାୟିତ୍ୱ ଉପରେ ।
ପିଏଫ୍ ଆକାଉଣ୍ଟ ନୋମିନି: ଯଦି ଆପଣଙ୍କର ପିଏଫ୍ ଆକାଉଣ୍ଟ ରହିଛି ତେବେ ଆପଣ ଏହି ଡେଡ ଲାଇନ ମିସ କରିବା ଅନୁଚିତ । ସମସ୍ତ ପିଏଫ୍ ଆକାଉଣ୍ଟ ଧାରକ ନିଜର ନୋମିନୀ ଚୟନ କରିବା ପାଇଁ ଇପିଏଫଓ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି । ଡିସେମ୍ବର ୩୧, ୨୦୨୧ ଏହାର ଅନ୍ତିମ ତାରିଖ ହୋଇଥିବା ବେଳେ ଏହାକୁ ପୂରଣ ନକଲେ ଆପଣ ସମସ୍ୟା ଭୋଗି ପାରନ୍ତି । ଏପରି ନକଲେ ଆପଣ ଇନସୁରାନ୍ସ ଏବଂ ପେନସନ ପରି ସୁବିଧାରୁ ବଞ୍ଚିତ ହୋଇପାରନ୍ତି । ଏହା ସହିତ ଅନଲାଇନରେ ଆପଣ ନିଜର ନୋମିନି ଆଡ କରିପାରିବେ ।

ଆଇଟିଆର ଫାଇଲିଙ୍ଗ: ସେପ୍ଟେମ୍ବର ମାସରେ ସରକାରଙ୍କ ପକ୍ଷରୁ ଆଇଟିଆର ଫାଇଲିଙ୍ଗ ଡେଡଲାଇନ ଡିସେମ୍ବରକୁ ବୃଦ୍ଧି କରାଯାଇଥିଲା । କରୋନା ଭାଇରସ ଏବଂ ପୋର୍ଟାଲରେ ବୈଷୟିକ ତ୍ରୁଟି ପାଇଁ ସରକାର ଏହାକୁ ବଢାଇଥିଲେ । ସାଧାରଣତଃ ଜୁଲାଇ ୩୧ ସୁଦ୍ଧା ଆଇଟିଆର ଫାଇଲିଙ୍ଗ ସମ୍ପୂର୍ଣ୍ଣ ହୋଇଥାଏ ତେଣୁ କାଳବିଳମ୍ବ ନକରି ଆପଣ ଆଇଟିଆର ଫିଲିଙ୍ଗ କରନ୍ତୁ ।

ଲାଇଫ ସାର୍ଟିଫିକେଟ: ଯଦି ଆପଣ ପେନସନ ଉପଭୋକ୍ତା ତାହେଲେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଉଭୟ ଅନଲାଇନ୍ ଓ ଅଫଲାଇନ୍ ରେ ଏହି ସମୟସୀମାକୁ ବଢ଼ାଇ ଦିଆଯାଇଛି । ଏବେ ଆପଣ ମାନେ ଜୀବନ ପ୍ରମାଣ ପତ୍ରକୁ ଡିସେମ୍ବର ୩୧ ମଧ୍ୟରେ ଦାଖଲ କରିପାରିବେ । ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ସମୟକୁ ବୃଦ୍ଧି କରାଯାଇଛି । ଏନେଇ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି
ପେନସନଭୋଗୀ ମାନେ ଯଦି ନିୟମିତ ରୂପରେ ବା ବିନା କୌଣସି ସମସ୍ୟାରେ ପେନସନ୍ ପାଇବାକୁ ଚାହୁଁଥିଲେ ନିଜର ଜୀବନ ପ୍ରମାଣ ପତ୍ର ଦାଖଲ କରିବାକୁ ପଡ଼ିବ । କାରଣ ଏହା ଦ୍ୱାରା ଜଣାପଡ଼ିବ ଯେ, ପେନସନଧାରୀ ଜୀବତ ଅଛନ୍ତି କି ନାହିଁ । ପେନସନଭୋଗୀମାନେ ନିଜ ଜୀବନ ସାର୍ଟିଫିକେଟ୍ ତିଆରି କରିବାକୁ ନିଜେ ଯିବା ଆବଶ୍ୟକ ପଡ଼ିବ ନାହିଁ । କାରଣ ଆପଣ ମାନେ ଅନଲାଇନ୍ ରେ ହିଁ ଲାଇଫ୍ ସାର୍ଟିଫିକେଟ୍ ତିଆରି କରିପାରିବେ । ଏଥିପାଇଁ ଆପଣ ମାନଙ୍କୁ କେନ୍ଦ୍ର ସରକାରଙ୍କ ଲାଇଫ୍ ସାର୍ଟିଫିକେଟ୍ ପୋର୍ଟାଲ୍ https://jeevanpramaan.gov.in/ ପ୍ରମାଣପତ୍ର ତିଆରି କରିପାରିବେ ।

ଇପିଏଫ୍ଓ ଆଧାର-ୟୁଏନ୍ ଲିଙ୍କ: ଆଧାର କାର୍ଡ ସହିତ ନିଜର ଇପିଏଫ୍ ୟୁଏନ ନମ୍ବର ଲିଙ୍କ କରିବା ପାଇଁ ଡେଡ ଲାଇନ ମଧ୍ୟ ୩୧ ଡିସେମ୍ବର ରହିଛି । ଇପିଏଫଓ ପକ୍ଷରୁ ୟୁଏନ୍-ଆଧାର ଲିଙ୍କ ପାଇଁ ନର୍ଥଇଷ୍ଟ ଏବଂ ଅନ୍ୟ କେତେକ ସ୍ଥାନରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଲିଙ୍କ ୧/୦୬/୨୦୨୧ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିଲେ ମଧ୍ୟ ଆଧାର ତ୍ରୁଟି ଏବଂ କରୋନାୂ ମହାମାରୀ କାରଣରୁ ଏହା ସମ୍ଭବ ହୋଇ ପାରିନଥିଲା । ପରବର୍ତ୍ତୀ ସମୟରେ ଏହାକୁ ୦୧.୦୯.୨୦୨୧କୁ ଘୁଞ୍ଚାଇ ଦିଆଯାଇଥିଲା ।