fbpx

Video: ସୁନା ଚେନ୍ ଡକାୟତକୁ ଉଚିତ ଶିକ୍ଷା ଦେଲା ୧୦ବର୍ଷୀୟ ଝିଅ, ଭିଡିଓ ଦେଖି ପୋଲିସ କହିଲେ କରାଯିବ ସମ୍ମାନୀତ

ମୁମ୍ବାଇ: ମହାରାଷ୍ଟ୍ର ପୁନେ ସହରର ଏକ ୧୦ବର୍ଷୀୟ ଝିଅ, ଜଣେ ସୁନା ଚେନ୍ ଡକାୟତକୁ ଉଚିତ୍ ଶିକ୍ଷା ଦେଇଥିବା କଥା ସାମ୍ନାକୁ ଆସିଛି । ପୋଲିସ କହିଛନ୍ତି ଯେ, ରୂତବୀ ଘାଗ ନାମକ ଜଣେ ୧୦ ବର୍ଷୀୟ ବାଳିକାକୁ ସମ୍ମାନୀତ କରାଯିବ । ସେ ଅପରାଧୀଙ୍କୁ ଖୋଜିବା ଆରମ୍ଭ ମଧ୍ୟ କରିଦେଇଛନ୍ତି । ଏହି ଘଟଣା ୨୫ ଫେବୃଆରୀ ଦିନ ରାତି ୮.୧୫ ମିନିଟରେ ଘଟିଥିଲା । କିନ୍ତୁ ଘଟଣାଟିର ସିସିଟିଭି ଫୁଟେଜ ବହୁ ଗୁଡିଏ ନ୍ୟୁଜ୍ ଚ୍ୟାନେଲ ଏବଂ ସୋସିଆଲ ମିଡିଆରେ ଆସିବାରୁ ଗୁରୁବାର ଦିନ ଥାନାରେ ଏଫଆଇଆର ଦାଖଲ କରାଯାଇଛି ।

ସେହି ସାହାସିକତା ଦେଖାଇଥିବା ରୂତବୀ ପୂଣେ ହୁଜୁରପଣା ଗାର୍ଲସ ହାଇ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢେ । ତାଙ୍କ ପିତା ଜଣେ ଅଟୋମୋବାଇଲ ରିପାଏର ଗ୍ୟାରେଜର ମାଲିକ ଅଟନ୍ତି । ସୂଚନା ଅନୁସାରେ ସେ ତାଙ୍କ ୬୦ ବର୍ଷର ଜେଜେ ମାଆ ଏବଂ ତାଙ୍କ ଛୋଟ ଭଉଣୀଙ୍କ ସହ ନିଜ ମାଉସୀଙ୍କ ଘରକୁ ଯାଉଥିଲେ । ତେବେ ଯେଉଁ ସମୟରେ ଏହି ଘଟଣାଟି ଘଟିଥିଲା ସେହି ସମୟରେ ବହୁତ କମ୍ ଟ୍ରାଫିକ୍ ଥିଲା ।

ଘଟଣାର ସିସିଟିଭି ଦେଖାଉଛି ଯେ, ଏକ ସ୍କୁଟିରେ ଜଣେ ଡକାୟତ ଆସି ଚାଲିଚାଲି ଆସୁଥିବା ମହିଳାଙ୍କ ଚେନ୍ ଛିଣ୍ଡାଇ ସେହି ସ୍ଥାନରୁ ପଳାଇବାକୁ ଚେଷ୍ଟା କରୁଛି ହେଲେ ସାଙ୍ଗେ ସାଙ୍ଗେ ସେହି ମହିଳା ତାଙ୍କ ହାତରୁ ଚେନ୍ ଛଡାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ସେହି ୧୦ ବର୍ଷୀୟ ଝିଅ ତାଙ୍କ ପାଖେ ଥିବା ବ୍ୟାଗରେ ସେହି ଡକାୟତକୁ ମାରିଥିଲେ । ଏହାପରେ ସେହି ଡକାୟତ ଜଣକ ସେହି ଯାଗାରୁ ଗାଡି ନେଇ ପଳାୟନ କରିଥିଲା ।

ରୂତବୀଙ୍କ ପିତା ନିତିନ କହିଛନ୍ତି ଯେ, ‘ ମୋ ମାଆ ସବୁବେଳେ ଫୋନକୁ ନିଜ ବ୍ୟାଗରେ ରଖନ୍ତି, ଯେତେବେଳେ ସେହି ଡକାୟତଟି ମାଆଙ୍କ ବେକରୁ ଚେନ୍ ଛଡାଉଥିଲା ସେତେବେଳେ ରୂତବୀ ସେହି ବ୍ୟକ୍ତି କୁ ବାଡେଇବା ପାଇଁ ସେହି ବ୍ୟାଗର ସାହାଯ୍ୟ ନେଇଥିଲା । ପ୍ରଥମେ ପୋଲିସ ଏହି ଘଟଣାର କୌଣସି ପ୍ରତିକ୍ରିୟା ନେଇ ନଥିଲା । କାରଣ ଆମର କୌଣସି ସୁନା ଚୋରି ହୋଇନଥିଲା । ହେଲେ ଏହି ଭିଡିଓ ଭାଇରାଲ ହେବାପରେ ପୋଲିସ ଆମକୁ ଫୋନ କରି ଜଣାଇଥିଲେ ଯେ, ଆମେ ଡକାୟତକୁ ଖୋଜିବା ପାଇଁ ପ୍ରୟାସ କରୁଛୁ ।’

ଏହି ସଂପୂର୍ଣ୍ଣ ମାମଲା ଉପରେ ପୋଲିସ କହିଛନ୍ତି ଯେ, ଏହି ଡକାୟତି ପରେ ପରିବାର ତରଫରୁ କୌଣସି ଅଭିଯୋଗ ଦାଖଲ ହୋଇନଥିଲା । ଏହାପରେ ସିସିଟିଭି ଫୋଟେଜ ଆମ ସାମ୍ନାକୁ ଆସିବା ପରେ ଏହା ଆମର ପ୍ରଥମ କର୍ତ୍ତବ୍ୟ ଅଟେ । ତେଣୁ ଆମେ ତୁରନ୍ତ ସେହି ଡକାୟତକୁ ଖୋଜାଖୋଜି କରୁଛୁ । ସେ ଗୁରୁବାର ରାତିରେ ଏହି ମାମଲାର ପଞ୍ଜିକରଣ କରାଇଛନ୍ତି ଏବଂ ତଦନ୍ତ ଚାଲୁରହିଛି । ସେହି ଦଶ ବର୍ଷୀୟ ବାଳିକାର ଏହି ସାକସିକତା ପାଇଁ ତାକୁ ଡାକି ସମ୍ମାନୀତ କରାଯିବ ।

Get real time updates directly on you device, subscribe now.