fbpx

ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଯୁକ୍ତ ହେବେ ସାଇକ୍ୟାଟ୍ରିକ୍‍ ସୋସିଆଲ୍‍ ୱାର୍କର ଓ କ୍ଲିନିକାଲ୍‍ ସାଇକୋଲୋଜିଷ୍ଟ, ଖୁବ୍‍ଶୀଘ୍ର ପ୍ରକାଶ ପାଇବ ବିଜ୍ଞାପନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୁବ୍‍ ଶୀଘ୍ର ନିଯୁକ୍ତ ହେବେ ସାଇକ୍ୟାଟ୍ରିକ୍‍ ସୋସିଆଲ୍‍ ୱାର୍କର ଓ କ୍ଲିନିକାଲ୍‍ ସାଇକୋଲୋଜିଷ୍ଟ। ଏହି ନିଯୁକ୍ତି ପାଇଁ ଖୁବ୍‍ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ। ଜେଲ୍‍ ସଂସ୍କାର ମାମଲାର ଶୁଣାଣି ସମୟରେ ଜେଲ୍‍ ଡିଜି ମନୋଜ ଛାବ୍ରା ହାଇକୋର୍ଟରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଜେଲ୍‍ ସଂସ୍କାର ଶୁଣାଣି କରି ବିଭିନ୍ନ ଅଦାଲତରୁ ଜାମିନ ପାଇ ମୁକୁଳି ନ ଥିବା ୪୫ ଜଣ କଏଦୀଙ୍କୁ ତୁରନ୍ତ ଖଲାସ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଆଇନ୍‍ସେବା ପ୍ରାଧିକରଣ ସଚିବଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତାମାସ ୧୦ ତାରିଖ ସୁଦ୍ଧା ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଆଜିର ଶୁଣାଣି ସମୟରେ ଜେଲ୍‍ ଡିଜି ମନୋଜ ଛାବ୍ରା ଓ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ୍‍ ଭର୍ଚୁଆଲ୍‍ ମାଧ୍ୟମରେ ଉପସ୍ଥିତ ଥିଲେ। ରାଜ୍ୟର ଯାଜପୁର ଓ ମାଲକାନଗିରି ଜିଲ୍ଲାରେ ଭିଡ କମାଇବା ପାଇଁ ହାଇକୋର୍ଟ ଗୁରୁତ୍ୱ ଆରୋପ କରିଛନ୍ତି। ଯାଜପୁରରେ ନୂତନ ଜେଲ୍‍ ସ୍ଥାପନ ପାଇଁ ୨୦ ଏକର ଜମି ଚିହ୍ନଟ ହୋଇଥିବାବେଳେ ଆସନ୍ତା ମେ’ ୧ ତାରିଖ ସୁଦ୍ଧା ଏହି ଜମି ହସ୍ତାନ୍ତର କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମାଲାର ପରବର୍ତ୍ତୀ ଶୁଣାଣି ଜୁନ୍‍ ମାସ ୨୮ ତାରିଖକୁ ଧାର୍ଯ୍ୟ କରାଯାଇଛି।

Get real time updates directly on you device, subscribe now.