ମିଳିଲା ୧୦୦୦ ବର୍ଷର ପୁରୁଣା ଶିବ ମୂର୍ତ୍ତି, ଏହାକୁ ଜଗିଛନ୍ତି ହଜାର ହଜାର ସାପ

ବର୍ତ୍ତମାନ ଶିବଙ୍କର ଏକ ମୂର୍ତ୍ତି ମିଳିଛି, ଏଠାରେ ଏହି ମୂର୍ତ୍ତିକୁ ଜଗିରହିଛନ୍ତି ହଜାର ହଜାର ସାପ

ଓଡ଼ିଶା ଭାସ୍କର: ଆମ ଭାରତ ଦେଶରେ ପୂରାତନ କାଳରେ ହିଁ ମହାଦେବଙ୍କ ପୂଜା ହୋଇଆସୁଛି। ଅନେକ ରାଜାମାନେ ଶିବ ମନ୍ଦିରର ନିର୍ମାଣ କରି, ସେଠାରେ ଶିବ ମୂର୍ତ୍ତି ସ୍ଥାପନ କରିଛନ୍ତି। ତେବେ ଏହି ମୂର୍ତ୍ତିକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।

ଛତିଶଗଡ଼ର ରାୟପୁରର ଏକ ଗ୍ରାମରେ ମହାଦେବଙ୍କ ୧୦୦୦ ବର୍ଷ ପୁରୁଣା ସୁନାର ମୂର୍ତ୍ତି ମିଳିଛି। ମୂର୍ତ୍ତି ପାଖରେ ଅନେକ ସାପ ମଧ୍ୟ ଅଛନ୍ତି। ଗ୍ରାମବାସୀ ଏହି ସୂଚନା ପୋଲିସକୁ ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୂର୍ତ୍ତିକୁ ଜବତ କରି ଥାନାକୁ ନେଇଯାଇଛି।

ତେବେ ଏହି ମୂର୍ତ୍ତିକୁ ଦେଖିବା ଲାଗି ଆଖପାଖ ଗାଁର ଲୋକେ ଏକାଠି ହୋଇଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ମୂର୍ତ୍ତି ରେଳ ଧାରଣା ପାଖରୁ ଉଦ୍ଧାର କରାଯାଇଛି ଏବଂ ଏହା ଦେଖିବାକୁ ଖୁବ ଆକର୍ଷଣୀୟ।

ଏହି ମୂର୍ତ୍ତିର ଚକମ ଦେଖିବା ପରେ ସମସ୍ତେ କହୁଛନ୍ତି ଏହା ଏକ ସୁନା ଶିବ ମୂର୍ତ୍ତି। ଏହାର ଓଜନ ତିରିଶ କିଲୋ ତିନି ଗ୍ରାମ ଏବଂ ଏହି ମୂର୍ତ୍ତି ଦୁଇ ଫୁଟ ଉଚ୍ଚତା। ମୂର୍ତ୍ତିର ମୁଣ୍ଡରେ ଜଟାରେ ଗଙ୍ଗା, ଗଳାରେ ନାଗଦେବ ମଧ୍ୟ ବହୁତ ସୁନ୍ଦର ଲାଗୁଛନ୍ତି। ଗ୍ରାମୀଣ ଏହି ମୂର୍ତ୍ତିକୁ ଆଣି ଶିବ ମନ୍ଦିର ରଖି ପୂଜା କରୁଛନ୍ତି।।