fbpx

ଦୁଇ ଜୀବନ ବଞ୍ଚାଇଲେ ୫ ବର୍ଷର ଶିଶୁ, ବ୍ରେନ୍ ଡେଡ୍ ପରେ କିଡ୍‌ନି ଦାନ କଲେ ପରିବାର ଲୋକେ

Advertisement

ଭୁବନେଶ୍ୱର: ବ୍ରେନ୍ ଡେଡ୍ ଯୋଗୁଁ ଜୀବନ ଚାଲିଯିବା ପରେ ଦୁଇ ଜଣଙ୍କୁ ନୁଆ ଜୀବନ ଦେଇଛି ବାଲିକୁଦା ଅଞ୍ଚଳର ୬ବର୍ଷ ବାଳକ। ଶିଶୁଟିର ବ୍ରେନ୍ ଡେଡ୍ ଯୋଗୁଁ ଉପଲବ୍ଧ ହୋଇଥିବା ୨ଟି କିଡ୍‌ନି ପାଇଁ ଜଣେ ଯୁବକ ଓ ମହିଳା ନୂଆ ଜୀବନ ପାଇଛନ୍ତି। ଶିଶୁଟିର ମୃତ୍ୟୁ ହୋଇଯିବା ପରେ ପରିବାର ଲୋକେ ମହତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହା ପରେ କଟକ ଏସ୍‌ସିବି ମେଡିକାଲରେ କାଡାଭରିକ୍ ପ୍ରତିରୋପଣ ପାଇଁ ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲ୍‌ରୁ ଗ୍ରୀନ୍ କରିଡର କରି ଦୁଇଟି କିଡିନ୍ ଆସିଥିଲା। କିନ୍ତୁ ଦୁଇଟି କିଡିନ୍ ରୋଗୀର ଶରୀର ସହ ମେଳ ନଖାଇବାରୁ ଏହି ପ୍ରତି ରୋପଣ ସମ୍ଭବ ହୋଇପାରି ନଥିଲା । ଏହା ପରେ ତୁରନ୍ତ ଏସିବି କତ୍ତୃପକ୍ଷ କିଡିନ୍ ଦୁଇଟିକୁ ଆପୋଲୋ ହସ୍‌ପିଟାଲ୍‌କୁ ଫେରାଇ ଦେଇଥିଲେ। ତେବେ ଏସିବି କତ୍ତୃପକ୍ଷଙ୍କ ଅବହେଳା ଓ ପୂର୍ବ ପ୍ରସ୍ତୁତି ନଥିବାରୁ କିଡନୀ ପ୍ରତ୍ୟାରୋପଣ ପାଇଁ ୮ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ କିଡନୀର ସଫଳ ବିନିଯୋଗ କରିବା ପାଇଁ ଏସସିବି ମେଡିକାଲ କଲେଜ ଅକ୍ଷମ ହୋଇଥିବା ଅଭିଯୋଗ ହୋଇଛି।

ଏହା ପରେ ଆପୋଲୋରେ ଜଣେ ଯୁବକ ଓ ମହିଳାଙ୍କ ଶରୀରରେ ଏହି କିଡ୍‌ନି ଲାଗିଥିବା ବେଳେ ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ତାଙ୍କୁ ଏବେ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ୨୯ବର୍ଷର ଜଣେ ଯୁବକଙ୍କ ଶରୀରରେ ଏହି କିଡ୍‌ନି ଲାଗିଥିବା ବେଳେ ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ସେହିପରି ଜଣେ ୫୩ବର୍ଷିୟା ମହିଳାଙ୍କଠାରେ ଆଉ ଏକ କିଡ୍‌ନି ଲଗାଯାଇଛି। ବିଳମ୍ବିତ ରାତ୍ରୀ ପର‌୍ୟ୍ୟନ୍ତ ଅସ୍ତ୍ରୋପଚାର ଜାରି ରହିଥିବା ଆପୋଲୋ ସୂତ୍ରରୁ ସୂଚନା ମିଳିଛି। କିଡ୍‌ନି ପାଇଥିବା ଜଣେ ବ୍ୟକ୍ତି କଟକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇପାରି ନାହିଁ।

Get real time updates directly on you device, subscribe now.