fbpx

ମୟୂରଭଞ୍ଜରେ ବିରଳ ଶିଶୁ କନ୍ୟା ଜନ୍ମ; ମୁଣ୍ଡ ନାହିଁ କି ଗୋଡ଼ ନାହିଁ

Advertisement

ଠାକୁରମୁଣ୍ଡା; ମୟୂରଭଞ୍ଜରେ ଏକ ବିରଳ ଶିଶୁ କନ୍ୟା ଜନ୍ମ ନେଇଛି, ଯାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ଜନ୍ମିତ ଏହି ଶିଶୁ କନ୍ୟାର ମୁଣ୍ଡ କିମ୍ବା ହାତ ନଥିବା ଜଣାପଡିଛି । ଶନିବାର ଦିନ ମୟୂରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସୀମାନ୍ତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ପଣସଡ଼ିହା ପଞ୍ଚାୟତ ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା। ଏହା ପରେ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିଲେ । ରାସ୍ତାରେ ଯିବା ସମୟରେ ସଦୁଗାମ ଗୋଟିଏ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ପରେ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ପ୍ରାୟ ୪.୧୫ ମିନିଟ୍‌ ସମୟରେ ମୃତ ଅବସ୍ଥାରେ ଆଉ ଏକ ବିରଳ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ, ଯାହାର ମୁଣ୍ଡ ଓ ହାତ ନଥିବା ଦେଖିବାକୁ ମିଳିଥିଲା । ତେବେ ଅନ୍ୟ ଶିଶୁର ଅବସ୍ଥା ଭଲ ଥିବା ଜଣାପଡିଛି । ପୂର୍ବରୁ ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

Get real time updates directly on you device, subscribe now.