fbpx

(Video) ଲୋକେ ଦେଖି କାବା: ଓଭରବ୍ରିଜ୍ ତଳେ ଲାଖିଗଲା ଏକ ବିରାଟ ବିମାନ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ପିକନିକ୍ ଋତୁ ଚାଲିଥିବା ବେଳେ ନୂଆବର୍ଷ ଉପଲକ୍ଷେ ସମସ୍ତେ ନିଜର ବନ୍ଧୁ, ପରିଜନଙ୍କ ସହିତ ନୂଆ ନୂଆ ସ୍ଥାନ ପରିଭ୍ରମଣ କରୁଛନ୍ତି । ତେବେ ଶୀତଦିନେ କୁହୁଡ଼ି କାରଣରୁ ବିଭିନ୍ନ ସ୍ଥାନରେ ବହୁ ସଡ଼କ ଦୁର୍ଘଟଣା ଘଟି ବହୁ ଲୋକଙ୍କର ଜୀବନ ଯାଉଛି । ଏହା ମଧ୍ୟରେ ଏକ ବଡ଼ ଧରଣର ଦୁର୍ଘଟଣା ଜନିତ ଖବର ସାମ୍ନାକୁ ଆସିଛି । ଗୋଟିଏ ବିମାନ ଅଚାନକ ଏକ ଓଭରବ୍ରିଜ ତଳେ ଲାଖି ଯାଇଥିଲା । ଏହି ଘଟଣାକୁ ଦେଖିବା ପରେ କେହି ସହଜରେ ବିଶ୍ୱାସ କରିପାରି ନଥିଲେ ।

ସୂଚନା ମୁତାବକ, ବିହାରରୁ ଆସିଛି ଏଭଳି ଏକ ଖବର । ଏକ ବଡ଼ ବିମାନ ଓଭରବ୍ରିଜ ତଳେ ଲାଖିଯାଇଥିବା ବେଳେ ବହୁ କଷ୍ଟରେ ତାହାକୁ ବାହାର କରାଯାଇଥିଲା । ଏହି ଘଟଣା ଘଟିବା ପରେ ଘଟଣାସ୍ଥଳରେ ଶତାଧିକ ଲୋକେ ରୁଣ୍ଡ ହୋଇଯାଇଥିଲେ । ବିମାନଟି ଆକାଶରେ ଉଡ଼ୁଥିବା ସମୟରେ ତାହା କେମିତି ବ୍ରିଜ ତଳକୁ ଆସିଲା ତାହାକୁ ଦେଖି ସମସ୍ତେ ହତବାକ୍ ହୋଇଯାଇଥିଲେ । ବ୍ରିଜ ତଳୁ ବିମାନକୁ କାଢ଼ିବା ପାଇଁ ସମସ୍ତଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ବିମାନଟି ବ୍ରିଜ ତଳେ ଘଣ୍ଟା ଘଣ୍ଟା ଧରି ଫଶି ରହିବା ପରେ କିଛି ଲୋକ ବିମାନ ଆଗରେ ସେଲଫି ନେବାରେ ଲାଗିଥିଲେ ।

ବିମାନର ଭଗ୍ନାବଶେଷକୁ ମୁମ୍ବାଇରୁ ଆସାମକୁ ଟ୍ରକ ସାହାଯ୍ୟରେ ନିଆଯାଉଥିବା ବେଳେ ତାହା ବିହାରର ମୋତିହାରୀର ଏକ ଓଭରବ୍ରିଜ ତଳେ ଫଶି ରହିଥିଲା । ପରେ ଟ୍ରକ ଡ୍ରାଇଭର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତାହାକୁ ବିଜ୍ର ତଳୁ ବାହାର କରାଯାଇଥିଲା । ଜଣେ ହୋଟେଲ ମାଲିକ ଏହି ବିମାନର ଭଗ୍ନାବଶେଷକୁ ତାଙ୍କର ହୋଟେଲରେ ଲଗାଇବା ପାଇଁ ନେଇ ଯାଉଥିଲେ । ମାତ୍ର ୨୮ ତାରିଖ ସକାଳୁ ସକାଳୁ ଟ୍ରକଟି ପୂର୍ବ ଚମ୍ପାରଣ ଜିଲ୍ଲାର ୨୮ ନମ୍ବର ଜାତୀୟ ରାଜପଥରେ ଥିବା ଏକ ଓଭରବ୍ରିଜ ତଳେ ଫଶି ଯାଇଥିଲା । ପରେ ଟ୍ରକର ସମସ୍ତ ଚକାରୁ ବାୟୁ ବାହାର କରିବା ପରେ ଜାତୀୟ ରାଜପଥରେ ପୁଣି ଯାତାୟତ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.