fbpx

ଆଖି ଆଗରେ ମାଟିରେ ମିଶିଗଲା ଏକ ବିଶାଳକାୟ ବିଲଡିଂ, See Video

Advertisement

ନୂଆଦିଲ୍ଲୀ: ମୁମ୍ବାଇର ଉଲ୍ଲାସନଗରରେ ଏକ ବଡ଼ ବିଲ୍ଡିଂ ଆଖି ସାମ୍ନାରେ ମାଟିରେ ମିଶିଗଲା । ବିଲ୍ଡିଂଟି ଧରାଶାୟୀ ହେବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବାସ୍ତବ କଥା ହେଉଛି, ଏହି ବିଲଡିଂଟି ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ଥିବାରୁ ତାହାଙ୍କୁ ଭାଙ୍ଗିବା ପାଇଁ ମହାନଗରପାଳିକା ଟିମ୍ ସେଠାରେ ପହଞ୍ଚିଥିଲା । ପୂର୍ବରୁ ଉକ୍ତ ବିଲ୍ଡିଂକୁ ଖାଲି କରି ଦିଆଯିବା ସହ ବିଲ୍ଡିଂଠାରୁ ସମସ୍ତଙ୍କୁ ଦୂରେଇ ରଖାଯାଇଥିଲା ।

ତେବେ ପ୍ରଶାସନିକ ଅଧିକାରୀଙ୍କ ମୁତାବକ, ଏହି କୋଠାକୁ ପ୍ରଶାସନ ଭାଙ୍ଗିବା ପୂର୍ବରୁ ନୋଟିସ୍ ଦିଆଯାଇଥିଲା । ବିଲ୍ଡିଂଟି ନିମ୍ନମାନର ସାମଗ୍ରୀରେ ନିର୍ମାଣ କରାଯାଇଥିଲା । ଉଲ୍ଲାସନଗରରେ ଏପରି ଅନେକ ଅବୈଧ ଓ ଭଙ୍ଗା କୋଠା ରହିଛି । ଫଳରେ ବର୍ଷର ଅଧିକାଂଶ ସମୟରେ ସେଠାରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି । ବର୍ଷା ସମୟରେ ମଧ୍ୟ ଏପରି ଅନେକ କୋଠା ଦୁର୍ଘଟଣାର ଶିକାର ହୋଇଥାଏ । ଗତବର୍ଷ ଏହି ଅଞ୍ଚଳରେ ଏକ କୋଠାରୁ ସ୍ଲାବ ଖସିବା କାରଣରୁ ୭ ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ ।

Get real time updates directly on you device, subscribe now.