fbpx

୧୮.୬ ବର୍ଷ ପରେ ପୁଣି ଦେଖିବାକୁ ମିଳିବ ଅଭିନବ ମହାଜାଗତିକ ଦୃଶ୍ୟ, ଆକାଶରେ ସ୍ଥିର ହୋଇଯିବେ ଚନ୍ଦ୍ରମା

Advertisement

ନୂଆଦିଲ୍ଲୀ: ବହୁତ ଶୀଘ୍ର ଆକାଶରେ ଦେଖିବାକୁ ମିଳିବ ଅଭିନବ ଦୃଶ୍ୟ । ଆକାଶରେ ସ୍ଥିର ହୋଇଯିବେ ଚନ୍ଦ୍ରମା । ଫଳରେ ଚନ୍ଦ୍ର ଉଦୟ ଓ ଅସ୍ତ ହେବାର ଅଧିକତମ ସମୟ ଦୃଶ୍ୟମାନ ହେବ । ବିଜ୍ଞାନ ଭାଷାରେ ଏହାକୁ ଲୁନାର ଷ୍ଟାଣ୍ଡଷ୍ଟିଲ୍ କୁହାଯାଏ । ଆସନ୍ତୁ ବିସ୍ତୃତ ଭାବରେ ଏହି ମହାଜାଗତିକ ପ୍ରକ୍ରିୟା ବିଷୟରେ ଜାଣିବା ।

ଏହି ପ୍ରକ୍ରିୟା ପ୍ରତି ୧୮.୬ ବର୍ଷ ପରେ ଘଟିତ ହୋଇଥାଏ । ଏହାର ଅର୍ଥ ଚନ୍ଦ୍ର ଦିଗ୍‌ବଳୟରେ ସବୁଠାରୁ ଅଧିକ ଦୂରତାରେ ଉଦୟ ଓ ଅସ୍ତ ହେବ । ଏହି ଦୁଇ ପ୍ରାକୃତିକ ଘଟଣା ମଧ୍ୟରେ ସମୟ ବଢିଯିବ ।
ଏପ୍ରିଲ ୮ ତାରିଖରେ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାପରେ ମହାକାଶରେ ଆରୋରା ବୋରିଏଲିସ୍ ଦୃଶ୍ୟମାନ ହୋଇଥିଲା । ଏବେ ମହାକାଶରେ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିବ । ଲାଇଭ୍ ସାଇନ୍ସ ରିପୋର୍ଟ ଅନୁଯାୟୀ ୨୦୦୬ ପରେ ଏହି ମେଜର ଲୁନାର ଷ୍ଟାଣ୍ଡଷ୍ଟିଲ୍ ନଜର ଆସିବ ।

ଚନ୍ଦ୍ର ଦିଗବଳୟରେ ସବୁଠାରୁ ଦୂର ଉତ୍ତର ଭାଗରେ ଉଦୟ ହେବ ଓ ସବୁଠାରୁ ଦୂର ଦକ୍ଷିଣ ଭାଗରେ ଅସ୍ତ ହେବ । ପୃଥିବୀ ଓ ଚନ୍ଦ୍ରର ଗତି କାରଣରୁ ମହାକାଶରେ ଏହାର ଉଦୟ ଓ ଅସ୍ତ ହେବାର ସ୍ଥିତି ଲଗାତର ବଦଳିଥାଏ । ଚନ୍ଦ୍ରର ଗତିରୋଧ ସେତେବେଳେ ହୋଇଥାଏ ଯେତେବେଳେ ପୃଥିବୀ ଓ ଚନ୍ଦ୍ର ଉଭୟ ସର୍ବାଧିକ ଢଳିଥାନ୍ତି । ଏହି ସମୟରେ ଚନ୍ଦ୍ର ନିଜର ସୀମା ଠାରୁ ଅଧିକ ଆଗରେ ଉଦୟ ଓ ଅସ୍ତ ହୋଇଥାଏ । ଅର୍ଥାତ୍ ଏହା ସବୁଠାରୁ ଦୂର ଉତ୍ତର ଇଲାକାରେ ଉଦୟ ହେବ ଓ ଦକ୍ଷିଣ ଭାଗରେ ଅସ୍ତ ହେବ ।

ଆକାଶରେ ଏହି ଘଟଣା ସେପ୍ଟେମ୍ବର ୨୦୨୪ ଓ ମାର୍ଚ୍ଚ ୨୦୨୫ରେ ନଜର ଆସିବ । ଆପଣ ଏହା ଦେଖିପାରିବେ କି ନା ଏହା ସେହି ସମୟରେ ପାଣିପାଗ ଉପରେ ନିର୍ଭର କରିବ ।

Get real time updates directly on you device, subscribe now.