fbpx

ଟଏଲେଟରୁ ୫ ଦିନ ଧରି ଶୁଭୁଥିଲା ଭୟଙ୍କର ଶବ୍ଦ, ଖୋଲି ଦେଖିଲା ପରେ ବାହାରିଲା……

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ବଡ଼ ଗୋଧି ଗତ ୫ ଦିନ ହେବ ଟଏଲେଟ୍ ରେ ଲୁଚି ରହିଥିଲା । କିନ୍ତୁ ପରିବାର ଲୋକେ ଜାଣି ପାରିନଥିଲେ । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର କପିଳେଶ୍ୱର ବିହାରରୁ । ଏଠାରେ ଗତ ୫ ଦିନ ହେବ ଏକ ଗୋଧି ଟଏଲେଟ୍ ରେ ରହିଯାଇଥିଲା । ଆଉ ବାହାରି ପାରୁନଥିଲା । ଟଏଲେଟ୍ ରୁ ଭୟଙ୍କର ଶବ୍ଦ ଆସୁଥିବାରୁ ପରିବାର ଲୋକେ କବାଟ ଖୋଲୁନଥିଲେ । ହେଲେ ୫ଦିନ ପରେ ଯେତେବେଳେ କବାଟ ଖୋଲିଥିଲେ ସେମାନେ ଦେଖିବାକୁ ପାଇଥିଲେ ଏହି ବଡ଼ ଗୋଧିକୁ ।

କବାଟ ଖୋଲିବା ପରେ ସେମାନେ ତାକୁ ଦେଖି ତା ଉପରେ ବ୍ଲିଚିଂ ପାଉଡ଼ର୍ ପକାଇ ବାହାର କରିବାକୁ ଉଦ୍ୟମ କରିଥିଲେ । ହେଲେ ତାହା ଟିକେ ହଲଚଲ ହୋଇନଥିଲା । ଫଳରେ ପରିବାର ଲୋକେ ତାକୁ ବାହାର କରି ନପାରିବାରୁ ସ୍ନେକ୍ ହେଲପ୍ ଲାଇନ୍ ସହିତ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ସ୍ନେକ୍ ହେଲପଲାଇନ୍ ର ମେମ୍ବର ମାନେ ଆସି ଗୋଧିଟିକୁ ଉଦ୍ଧାର କରିଥିଲେ । ଏହି ଗୋଧିଟି ୪ ଫୁଟ୍ ଲମ୍ବା ଥିବା ଜଣାପଡ଼ିଛି । ଉଦ୍ଧାର କରିବା ପରେ ଏହାକୁ ଜଙ୍ଗଲରେ ଛାଡ଼ିଦିଆଯାଇଛି ।

Get real time updates directly on you device, subscribe now.