fbpx

ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ବଡ଼ ଘୋଷଣା: ଏଣିକି ଦୁଇଟି ସିଫ୍ଟରେ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଭାବରେ ଦାୟିତ୍ୱକୁ ଆସିବା ପରେ ଅଶ୍ୱିନୀ ବୈଷ୍ଣବ ବଡ ଘୋଷଣା କରିଛନ୍ତି । ମନ୍ତ୍ରଣାଳୟ ସହିତ ସଂଯୁକ୍ତ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଏଣିକି ଦୁଇଟି ସିଫ୍ଟରେ କାମ କରିବେ ବୋଲି ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି । ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଏକ ନୋଟିସ ଜାରି କରାଯାଇଛି ।
ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରଣାଳୟର ସମସ୍ତ କର୍ମଚାରୀ ଦୁଇଟି ସିଫ୍ଟରେ କାମ କରିବେ । ପ୍ରଥମ ସିଫ୍ଟ ସକାଳ ୭ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ ଟାରୁ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ । ଘରୋଇ ଏବଂ ରେଳ କର୍ମଚାରୀମାନେ ପୂର୍ବ ପରି କାର୍ଯ୍ୟ କରିବେ ।

ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ରେଳବାଇ ମାଧ୍ୟମରେ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିବାକୁ ପଡିବ । ଯାହାଫଳରେ ସାଧାରଣ ମଣିଷ, କୃଷକ, ଗରିବ ଲୋକ ଏହାର ଲାଭ ପାଇବେ ।

Get real time updates directly on you device, subscribe now.