fbpx

(Video) ଚଢେଇକୁ ବି ମିଳିଛି ସ୍ୱାଧୀନ ଭାରତର ମହକ: ପତାକା ଉତ୍ତୋଳନ କରି ଉଡ଼ିଗଲା ମୁକ୍ତ ବିହଙ୍ଗ!

ଓଡ଼ିଶା ଭାସ୍କର: ୨ ଦିନ ପୂର୍ବେ ସାରା ଦେଶରେ ପାଳନ ହୋଇଯାଇଛି ସ୍ୱାଧୀନତାର ୭୮ତମ ବର୍ଷ । ପ୍ରତ୍ୟେକ ନାଗରିକଙ୍କ ମୁହଁରେ ବୀର ପୁରୁଷ ତଥା ଭାରତମାତାର ଜୟ ଜୟ ଗାନ କରି ସେମାନଙ୍କ ତ୍ୟାଗକୁ ସମ୍ମାନ ଦେଇଛନ୍ତି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶକୁ ଦମନ କରି ଗଢି ଉଠିଥିଲା ସ୍ୱତନ୍ତ୍ର ଭାରତ । ଯେଉଁ ଦେଶରେ ପ୍ରତ୍ୟେକଟି ନାଗରିକ ହେଉଛନ୍ତି ସ୍ୱାଧୀନ । ଖୋଲା ଆକାଶରେ ମୁକ୍ତ ବିହଙ୍ଗ ପରି ଡେଣା ମେଲାଇ ଉଡ଼ି ବୁଲୁଛି ପ୍ରତ୍ୟେକଟି ଭାରତୀୟ ନାଗରିକ । କେବଳ ସବୁ ଜାଣି ବୁଝି ପାରୁଥିବା ମଣିଷ ନୁହେଁ, ସ୍ୱାଧୀନ ଭାରତର ଗଛଲତା, ପଶୁପକ୍ଷୀ ମଧ୍ୟ ସ୍ୱାଧୀନ । ଯାହା ପ୍ରମାଣ ଦେଖିବାକୁ ମିଳିଛି ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ ସମୟରେ । ଗୋଟିଏ ନିରୀହ ପକ୍ଷୀ ପତାକା ଉତ୍ତୋଳନ କରିବାରେ ସାହାଯ୍ୟ କରି ସ୍ୱାଧୀନ ଭାରତର ମର୍ଯ୍ୟାଦା ରକ୍ଷା କରିଛି ।

ସ୍ୱାଧୀନତା ଦିବସକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଥିରୁ ଏକ ଭିଡିଓରେ ଗୋଟିଏ ପକ୍ଷୀ ସ୍ୱାଧୀନ ଭାରତର ଟେକ ରଖିବା ଭଳି କାର୍ଯ୍ୟ କରିଥିବାର ଭିଡିଓ ମଧ୍ୟ ରହିଛି । ଅଗଷ୍ଟ-୧୫ ପାଇଁ ପତାକା ଉତ୍ତୋଳନ କରିବା ବେଳେ ‘ତ୍ରିରଙ୍ଗା ପତାକା’ର ମର୍ଯ୍ୟାଦା ରକ୍ଷା କରିଛି ସ୍ୱାଧୀନ ଭାରତର ମୁକ୍ତ ବିହଙ୍ଗ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର(ଏକ୍ସ)ରେ ଜଣେ ୟୁଜର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘କେରଳରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଉପରେ ଏହା ଅଟକି ଯାଇଥିଲା । ଏହି ସମୟରେ ଏକ ପକ୍ଷୀ ଦୂରରୁ ଆସି ତ୍ରିରଙ୍ଗା ପତାକା ଉତ୍ତୋଳନ କରିଯାଇଛି ।’ ଭିଡିଓରେ ମଧ୍ୟ ଏହି ଘଟଣା ସ୍ପଷ୍ଟ ଦେଖିବାକୁ ମିଳିଛି । ପତାକା ଉତ୍ତୋଳନ ସମୟରେ ତ୍ରିରଙ୍ଗା ଉପରେ ଅଟକି ଯିବା ବେଳେ ପକ୍ଷୀଟିଏ ଦୂରରୁ ଉଡ଼ି ଆସି ଏହାକୁ ଖୋଲି ଦେଇଥିଲା ଏବଂ ଏହାପରେ ତ୍ରିରଙ୍ଗା ଫର୍ ଫର୍ ହୋଇ ଉଡ଼ୁଥିବାର ଭିଡିଓରେ ଦେଖିବାକୁ ମିଳିଛି ।

୧୯୪୭ ଅଗଷ୍ଟ-୧୫ ତାରିଖ ପରେ ଭାରତର ପ୍ରତ୍ୟେକଟି ନାଗରିକ ସ୍ୱାଧୀନ ବୋଲି ଆମେ ଗର୍ବ କରୁଛନ୍ତି, ତେବେ କେବଳ ମଣିଷ ନୁହେଁ ଏଠି ପଶୁପକ୍ଷୀ ମଧ୍ୟ ସ୍ୱାଧୀନତାର ସ୍ୱାଦକୁ ଅନୁଭବ କରିଛନ୍ତି । ଯାହାର ଏକ ଜ୍ୱଳନ୍ତ ଭିଡିଓ ହେଉଛି ଏହି ଭିଡିଓ । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଅନେକ ଆଲୋଚନା ହେବା ଆରମ୍ଭ ହୋଇଯାଇଛି । କିଛି ଲୋକ ଏହାକୁ ମିଛ ବୋଲି ମଧ୍ୟ ଦାବି କରିଛନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.