ଆଖି ନାହିଁ, କିନ୍ତୁ ଜଗା ପ୍ରେମରେ ଟାଣି ହୋଇ ଆସିଛନ୍ତି ଶ୍ରୀକ୍ଷେତ୍ର ଧାମକୁ: ଭାବରେ ଭାବରେ ବାନ୍ଧି ହୋଇଛି ଭକ୍ତ

ପୁରୀ: ଅନ୍ଧ କରି ମୋତେ କରିଛୁ ରେ ଧନ୍ୟ…. । ସାରା ଜଗତକୁ ଭକ୍ତର ଭାବନାକୁ ବୁଝାଇ ଦେଇଥିଲା ଏହି ଗୀତ । ଜଣେ ଅନ୍ଧ ଭକ୍ତ ଆଉ ତା ମନ ଭିତରେ ଥିବା ସବୁ ଅଭିମାନକୁ ଏହି ଗୀତ ସ୍ପଷ୍ଟ କରି ଦେଇଥିଲା । ସେହିଭଳି ଆଉ ଜଣେ ଭକ୍ତଙ୍କୁ ପାଇଛି ନଟିଆ ଠାକୁର କାଳିଆ ସାଆନ୍ତ । ଆଖି ସିନା ନାହିଁ, କିନ୍ତୁ ଜଗା ପ୍ରେମରେ ଟାଣି ହୋଇ ସେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ।

ଯାଜପୁର ଜିଲ୍ଲା ଦାନଗଦି ଅଞ୍ଚଳର ଶ୍ରୀଧର କୁମାର । ଜଗତର ନାଥ ଜଗନ୍ନାଥଙ୍କ ପ୍ରେମରେ ପାଗଳ ହୋଇ ସେ ଆଜି ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଆସି ପାରିଛନ୍ତି । ପୁରୀ ଆସିବା ପାଇଁ ଦୃଷ୍ଟିହୀନ ଶ୍ରୀଧରଙ୍କୁ ସାହାଯ୍ୟ କରିଥିଲେ ତାଙ୍କର ଜଣେ ବାନ୍ଧବୀ । ନିଜ ଆଖିରେ ସିନା ସେ ମହାପ୍ରଭୁଙ୍କୁ ଦେକି ପାରିଲେନି । କିନ୍ତୁ ଭାବର ସେ ଦିବ୍ୟ ଚକ୍ଷୁରେ କାଳିଆ ସାଆନ୍ତକୁ ଦେଖି ନିଜକୁ ଧନ୍ୟ ବୋଲି କହିଛନ୍ତି ଶ୍ରୀଧର । ଦର୍ଶନ ସମୟରେ ମନରେ ଥିବା ସବୁ କୋହ ଆଉ ଅଭିମାନକୁ ସେ ଏହି ନୀଳାଚଳିଆ ଆଗରେ ବଖାଣିଛନ୍ତି । ଖାଲି ସେତିକି ନୁହେଁ ତାଭ୍କ ପରି ଆଉ କାହାକୁ ଦୃଷ୍ଟିହୀନ ନ କରିବାକୁ ସେ ଠାକୁରଙ୍କୁ ପ୍ରାର୍ଥନା ବି ଜଣାଇଛନ୍ତି ।