କୋଲକାତା: ବୋମା ନିଷ୍କ୍ରିୟ କରିବା ପାଇଁ ପୁଲିସକୁ ଦିଆଯାଉଥିବା ପ୍ରଶିକ୍ଷଣ ସମୟରେ ଗୋଟିଏ ବୋମା ପଡ଼ିଆରେ ରହି ଯାଇଥିଲା। ସମସ୍ତେ ପୁଲିସ ଯିବା ପରେ କିଛି ପିଲା ପଡ଼ିଆରେ ଖେଳିବାକୁ ପହଞ୍ଚିଥିଲେ।
ଏହାପରେ ଦୁଇ ଜଣ ପିଲା ସେହି ବୋମା ସହ ବଲ୍ ଭଳି ଖେଳିବା ଆରମ୍ଭ କରିଥିଲେ। ବିସ୍ଫୋରଣରେ ଉଭୟ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୧୦ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୫ ବର୍ଷ।
୧୦ ବର୍ଷର ବାଳକର ଅବସ୍ଥା ସଙ୍କଟାପନ୍ନ ରହିଛି। ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ବସିରହାଟରୁ ଆରଜି କର ହସ୍ପିଟାଲକୁ ପଠାଯାଇଥିଲା। ଶିଶୁଟି ଏବେ ବି ବିପଦମୁକ୍ତ ଥିବା କୁହାଯାଉଛି।
ବଶିରହାଟରେ ଶୁକ୍ରବାର ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଅରବେଲିଆ ଇଟାଭାଟି ଅଞ୍ଚଳରେ ମାଟିଆ, ସ୍ୱରୂପନଗର ଓ ବାଦୁରିଆ ଥାନା ପାଇଁ ବଶିରହାଟ ପୁଲିସ ପକ୍ଷରୁ ଗୁଳିଚାଳନା ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଥିଲା।
ପୁଲିସକୁ ବୋମା ନିଷ୍କ୍ରିୟ ତାଲିମ ମଧ୍ୟ ଦିଆଯାଉଛି। ପ୍ରଶିକ୍ଷଣ ସମୟରେ ପୁଲିସ କୌଣସି ପ୍ରକାରେ ବୋମାକୁ ଘଟଣାସ୍ଥଳରେ ଫିଙ୍ଗି ଦେଇଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପୁଲିସ ପ୍ରଶିକ୍ଷଣ ସରିବା ପରେ ଦୁଇ ଜଣ ପିଲା ସେଠାକୁ ଖେଳିବାକୁ ଯାଇଥିଲେ। ସେମାନେ ସେହି ବୋମା ଉଠାଇଥିଲେ। ଯେଉଁଥିପାଇଁ ସେମାନେ ଆହତ ହୋଇଥିଲେ।
ବଶିରହାଟର ବାଦୁରିଆ ଥାନା ଅନ୍ତର୍ଗତ ଅର୍ବେଲିଆରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୁଲିସର ଅବହେଳା ହୋଇଥିବା ଅଭିଯୋଗକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।