fbpx

ଟ୍ରାଫିକ୍ ଜାମ୍‌ରୁ ଜମିଲା ଯୋଡି! ଭିଡ଼ରେ ଫସି ରହିଥିବା ପୁଅ ଓ ଝିଅ ପ୍ରେମରେ ପଡି ବିବାହ କଲେ

ବାଙ୍ଗାଲୋର: କର୍ଣ୍ଣାଟକ ରାଜ୍ୟର ରାଜଧାନୀ ଏବଂ ଦେଶର ଆଇଟି ବା ଷ୍ଟାର୍ଟଅପ୍ ସହର ହେଉଛି ବାଙ୍ଗାଲୋର। ଏଠାରେ ଦୁଇଟି ଜିନିଷ ପ୍ରତିଦିନ ସୋସିଆଲ ମିଡିଆରେ ହେଡଲାଇନ ସୃଷ୍ଟି କରେ। ଗୋଟିଏ ହେଉଛି ଏଠାରେ ପାଗ ଏବଂ ଅନ୍ୟଟି ଟ୍ରାଫିକ୍ ଜାମ୍‌। ଜାମ୍‌ ଏପରି ହେଉଛି ଯେ ଦିଲ୍ଲୀରୁ ବାଙ୍ଗାଲୋରରେ ପହଞ୍ଚିବା ପାଇଁ ବ୍ୟକ୍ତି ଅଧିକ ସମୟ ନେଉନାହାଁନ୍ତି ତା ଠାରୁ ଅଧିକ ସମୟ ବିମାନବନ୍ଦରରୁ ଘରକୁ ପହଞ୍ଚିବା ପାଇଁ ଲାଗୁଛି। ଏହା ସହ ଜଡିତ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସହରର ଜାମ ଏକ ଦମ୍ପତିଙ୍କୁ ସବୁଦିନ ପାଇଁ ଏକତ୍ର କରିଛି। ବିମାନବନ୍ଦରରୁ ଘରକୁ ପହଞ୍ଚିବା ପାଇଁ ଏହି ଦମ୍ପତି ରୋଡ୍ ଜାମରୁ ଉଭୟଙ୍କ ହୃଦୟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ପୁରା ଘଟଣାକୁ ରେଡ଼ିଟିରେ ସେୟାର କରିଛନ୍ତି। କାହାଣୀଟି ଏପରି ଯେ ଜଣେ ଯୁବକ ତାଙ୍କ ସାଙ୍ଗ ସହିତ ସିଟି ଜାମରେ ଅଟକି ଯାଇଥିଲା। ସେ ନିଜ ସାଙ୍ଗକୁ ଘରକୁ ଛାଡ଼ିବାକୁ ଯାଉଥିଲେ। କିନ୍ତୁ ଫ୍ଲାଏ ଓଭର କାମ ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଥିଲା। ଟ୍ରାଫିକରେ ଅସୁବିଧା ହୋଇ ସେମାନେ ରାସ୍ତା ବଦଳାଇଲେ, ଭୋକିଲା ଥିଲେ, ତେଣୁ ଦୁହେଁ ଏକାଠି ଖାଦ୍ୟ ଖାଇଲେ। ଏବଂ ଏଠାରୁ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହେଲା। ଉଭୟ ପରସ୍ପରକୁ ତିନି ବର୍ଷ ପାଇଁ ଡେଟ କରିଥିଲେ ଏବଂ ପରେ ବିବାହ କରିଥିଲେ।

ତେବେ ମଜାର ଖବର ଏହି କି ଯେ ଉଭୟ ୨ ବର୍ଷ ହେଲା ବିବାହ କରି ସାରିଲେଣି କିନ୍ତୁ ଫ୍ଲାଏ ଓଭରର କାମ ଏବେବି ଜାରି ରହିଛି। ଅର୍ଥାତ୍ ୨.୫ କିଲୋମିଟର ଫ୍ଲାଏଓଭର ୫ ବର୍ଷରେ ନିର୍ମାଣ ହୋଇପାରିଲା ନାହିଁ। ସେହି ସମୟରେ ସରକାର ବି ପରିବର୍ତ୍ତନ ହୋଇସାରିଲେଣି। ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେଉଛି।

 

Get real time updates directly on you device, subscribe now.