ସାଙ୍ଗ ବାହାଘରରେ ଅଜବ ଉପହାର, ଯାହାକୁ ଦେଖି ବରର ଉଡ଼ିଗଲା ହୋସ

ସାଙ୍ଗ ବାହାଘରରେ ଅନ୍ୟଜଣେ ସାଙ୍ଗ ଦେଲା ଏଭଳି ଉପହାର ଯାହାକୁ ଲେଖି ଲୋକେ ହସି ହସି ଗଡିଗଲେ

ଓଡିଶା ଭାସ୍କର: ଦୁନିଆରେ ଯଦି ସବୁଠୁ ଅଧିକ କିଏ ଗୋଡ ଟାଣେ କିମ୍ବା ପ୍ରାଙ୍କ କରେ ସେ ହେଉଛି ସାଙ୍ଗ। ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ହସି ହସି ବେଦମ ହୋଇଯିବେ।

ସାଙ୍ଗ ବାହାଘରରେ ଯାଇ ଅଜବ ଉପହାର ଦେବା କଥା ତ ଆପଣ ଅନେକ ଥର ସୋସିଆଲ ମିଡ଼ିଆ ହେଉ କିମ୍ବା ବାସ୍ତବରେ ହେଉ ଦେଖିଥିବେ। କିନ୍ତୁ ଆପଣ କେବେ ଦେଖିଛନ୍ତି, ସାଙ୍ଗ ରିସେପ୍ସନକୁ ଯାଇ ଉପହାର ସ୍ୱରୂପ ଏକ ଛେଳି ଛୁଆ ଦେବା? ଆଜ୍ଞା ହଁ ସେହିଭଳି ଏକ ଭିଡ଼ିଓ ଏବେ ଦେଖିବାକୁ ମିଳିଛି।

ଭିଡିଓରେ ଦେଖାଯାଇଛି ଯେ, ସାଙ୍ଗ ରିସେପ୍ସନରେ ଆଉ ଜଣେ ସାଙ୍ଗ ତାଙ୍କ ଷ୍ଟେଜ ଉପରକୁ ଯାଇ ତାଙ୍କୁ ଏକ ଛେଳି ଛୁଆ ଗିଫ୍ଟ ଦେଉଛନ୍ତି। ଫଳରେ ବ୍ୟକ୍ତି ଜଣଙ୍କ ତାଙ୍କ ସାଙ୍ଗଙ୍କୁ ଷ୍ଟେଜରୁ ତଳକୁ ଯିବାକୁ କହୁଛନ୍ତି କିନ୍ତୁ ସାଙ୍ଗ ଜଣଙ୍କ ଫଟୋ ନଉଠାଇ ସେଠାରୁ ଯାଉନାହାଁନ୍ତି। ଏହାକୁ ଦେଖି ବର ସହିତ ଅନ୍ୟମାନେ ମଧ୍ୟ ହସି ହସି ବେଦମ ହୋଇଯାଉଛନ୍ତି।