True Love; କୋଳରେ ପ୍ରେମିକାକୁ ଧରି ପାଣିଭରା ରାସ୍ତା ପାର ହେଉଛି ପ୍ରେମିକ

ନୂଆଦିଲ୍ଲୀ: ପ୍ରେମ କେତେବେଳେ କାହା ସହ ବି ହେଇଯାଇପାରେ। ହେଲେ ସମସ୍ତଙ୍କର ପ୍ରେମ କରିବାର ତରିକା ଅଲଗା ଥାଏ। ସମସ୍ତେ ଭିନ୍ନ ଭିନ୍ନ  ଉପାୟରେ ନିଜ ସାଥୀଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି।

କିନ୍ତୁ ପ୍ରେମର ପ୍ରକୃତ ଅର୍ଥ ହେଉଛି ଜଣେ ନିଜ ସାଥୀର ଛୋଟ ଛୋଟ ଆବଶ୍ୟକତାକୁ ବୁଝିବା,ନିଜ ଅପେକ୍ଷା ପ୍ରଥମେ ନିଜ ସାଥୀଙ୍କ ଯତ୍ନ ନେବା ଆଉ ତାଙ୍କୁ ଖୁସିରେ ରଖିବା। ବିନା କୌଣସି ସ୍ୱାର୍ଥ ନରଖି ସବୁ କିଛି କରିବା।

ସେହିପରି ଏବେ ସୋସିଆଲ ମିଡିଆରେ ଏକ ପ୍ରେମି ଯୁଗଳଙ୍କ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପୁଅ ତାଙ୍କ ପ୍ରେମିକାଙ୍କୁ କୋଳରେ ଧରି ପାଣିଭରା ରାସ୍ତା ପାର ହେଉଛନ୍ତି। ଏହି ଭିଡିଓ ଇଣ୍ଟରନେଟରେ କପଲ୍ ମାନଙ୍କ ପାଇଁ ଟ୍ରେଣ୍ଡ କରୁଛି।

ଯେହେତୁ ରାସ୍ତାରେ ବର୍ଷା ଯୋଗୁଁ ପାଣି ଛିଡା ହୋଇଛି, ତେଣୁ ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କ ପାଦରେ ପାଣି ଲଗାଇ ଦେବେନି ବୋଲି ନିଜେ କଷ୍ଟ କରି ତାଙ୍କ କୋଳରେ ଉଠାଇ ପ୍ରେମିକାଙ୍କୁ ରାସ୍ତା ପାର କରିଛନ୍ତି। ଯାହା ଆଜିକା ଦିନରେ ପ୍ରେମୀ ଯୁଗଳଙ୍କ ପାଇଁ ଏକ ନିସ୍ୱାର୍ଥପର ଭଲ ପାଇବାର ଉଦାହରଣ ସ୍ୱରୂପ।