fbpx

ଜଙ୍ଗଲ ମଝିରେ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

ବାରିପଦା: ମୟୁରଭଞ୍ଜ ବାରିପଦାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଙ୍ଗଲ ମଝିରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ଗଛ ଡାଳରେ ଯୁବକ-ଯୁବତୀଙ୍କ ମୃତଦେହ ଜବତ କରିଛି ପୋଲିସ । ମୃତଦେହ ଜବତ ହେବା ପରେ ମାମଲାକୁ ନେଇ ବଢିଛି ଚର୍ଚ୍ଚା । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଯୁବତୀଙ୍କ ପରିଚୟ ଖୋଜୁଛି ପୋଲିସ ।

ସୂଚନା ଅନୁସାରେ, ବାରିପଦା ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ମାକୁନ୍ଦ ଗ୍ରାମ୍ୟ ଜଙ୍ଗଲରେ ଦୁଇ ଜଣଙ୍କର ମୃତଦେହ ଠାବ ହୋଇଛି । ଜଙ୍ଗଲର ଏକ ଗଛ ଡାଳରେ ଉଭୟଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ମୃତ ଯୁବକଙ୍କ ପରିଚୟ ପାଇଥିବା ବେଳେ ଯୁବତୀଙ୍କ ପରିଚୟ ଖୋଜୁଛି । ମୃତ ଯୁବକ ଜଣକ ନିକଟସ୍ଥ ଛାତନା ଗାଁର ହୋଇଥିବା ସୂଚନା ଦେଇଛି ପୋଲିସ । ସେପଟେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ସ୍ଥାନୀୟ ପୋଲିସ । ତେବେ ଉଭୟଙ୍କ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.