ପରୀକ୍ଷା ଦେବାବେଳେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

ନକଲି ପରୀକ୍ଷାର୍ଥୀ ଅଟକ

କଟକ: ନକଲି ପରୀକ୍ଷାର୍ଥୀଙ୍କୁ ଥାନାରେ ଅଟକ ରଖିଲା ପୋଲିସ। ନିମାପଡ଼ା ନହନ୍ତରା ହାଇସ୍କୁଲରେ ପରୀକ୍ଷା ଦେବା ବେଳେ ଧରାପଡ଼ିଲେ ପରୀକ୍ଷାର୍ଥୀ। ସାକ୍ଷୀଗୋପାଳ ଡାକୁରା ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଅଟକ ରଖାଯାଇଛି।

ଆଡମିଟ କାର୍ଡ ସହ ମୁହଁ ମ୍ୟାଚ୍ ନକରିବାରୁ ସନ୍ଦେହ ହୋଇଥିଲା। ନକଲି ପରୀକ୍ଷାର୍ଥୀ ସଲଙ୍ଗ ଅଞ୍ଚଳର ଜଣେ ପିଲା ପାଇଁ ପରୀକ୍ଷା ଦେଉଥିଲେ।